June 29, 2026

କୋରାପୁଟରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ, ‘ପ୍ରଶାସନିକ ତଥ୍ୟର ସମ୍ଭାବନା’ ଉପରେ ଆଲୋଚନା

IMG-20260629-WA0044
Share

 

*କୋରାପୁଟ, ୨୯.୦୬.୨୦୨୬* : ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଡି.ଏନ.କେ ସଦଭାବନା ସଭାଗୃହରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ମୁଖ୍ୟ ପ୍ରସଙ୍ଗ ‘ପ୍ରଶାସନିକ ତଥ୍ୟର ସମ୍ଭାବନାର ଉନ୍ମୋଚନ’ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

 

କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ପ୍ରଶାସନିକ ସ୍ତରରେ ସଂଗୃହିତ ତଥ୍ୟ ମଧ୍ୟରେ ଅସୀମ ସମ୍ଭାବନା ଲୁଚି ରହିଛି। ଏହି ସରକାରୀ ତଥ୍ୟର ସଠିକ୍ ବିଶ୍ଳେଷଣ ଓ ଉପଯୋଗ ଦ୍ୱାରା ନୀତି ପ୍ରଣୟନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ଲୋକାଭିମୁଖୀ କରାଯାଇପାରିବ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ଜନସେବା ପ୍ରଦାନକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାଜିବ ବୋଲି ସେମାନେ କହିଥିଲେ।

 

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଦେବେନ୍ଦ୍ର ପ୍ରଧାନ, ନାବାର୍ଡ, ଅର୍ଥନୀତି ଗବେଷକ ଡ଼ଃ ପୁଷ୍କର ଜେନା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଅଧ୍ୟାପକ ଡ଼ଃ ବିଶ୍ୱଜିତ୍ ଭୋଇ ଏବଂ ଡି.ଏ.ଭି ମହାବିଦ୍ୟାଳୟର ସହଅଧ୍ୟାପକ ଡ଼ଃ ବିନୋଦ ବିହାରୀ ଜେନା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ।

 

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ସର୍ବଶ୍ରେଷ୍ଠ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। ଶେଷରେ ସହନିର୍ଦ୍ଦେଶକ ରତିରଞ୍ଜନ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର