June 30, 2026

ଗଜପତି:- ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ

IMG-20260628-WA0025
Share

 

——————————————–ବିଶ୍ୱ ଜନସ୍ୱାସ୍ଥ୍ୟ ଇତିହାସରେ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ପଲସ ପୋଲିଓ ଟିକାକରଣ ଅନ୍ୟତମ , ଭାରତକୁ ପୋଲିଓ ମୁକ୍ତ ରଖିବାର ଏକ ଐତିହାସିକ ସଫଳତା ଏହି ଟିକାକରଣ।

ଆଜି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତୀ କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ୨୦୨୬ର ଶୁଭାରମ୍ଭ ହୋଇଯାଇଛି ।

ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସି:ଡି:ଏମ:ଓ: ଡ଼ାଃ ମଞ୍ଜୁରାଣୀ ଜେନା , ଡି:ଏମ:ଓ: ଡ଼ାଃ ସାନ୍ତାନୁ କୁମାର ପାଢ଼ୀ , ଡିପିଏମ: ସରିତା ମହାପାତ୍ର ପ୍ରମୁଖ

ମଞ୍ଚାସିନ ରହି ପଲ୍ସ ପୋଲିଓ ଟିକାକରଣ ର ମହତ୍ଵ ଓ ଉପକାରିତା ର ବିଭିନ୍ନ ଦିଗ ସମ୍ପର୍କରେ କହି ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରି ସମାଜ’କୁ ପୋଲିଓ ମୁକ୍ତ ରଖିବାରେ ସହାୟକ ହେବା ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ’ଙ୍କୁ ଆହ୍ବାନ କରିବା ସହ ଅନୁରୋଧ କରିଥିଲେ ।

ଗଜପତି ଜିଲ୍ଲାରେ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ସି:ଡି:ଏମ:ଓ ଡ଼ାଃ ମଞ୍ଜୁରାଣୀ ଜେନା ଏବଂ ଡି:ପି:ଏମ୍: ସରିତା ମହାପାତ୍ର ଅଧିକ ସୂଚନା ଦେଇ କହିଛନ୍ତି ଯେ , ସରକାର’ଙ୍କ ନିଷ୍ପତି ପ୍ରକାରେ ଏହି ପଲ୍ସ ପୋଲିଓ ଟିକାକରଣ ଆଜି ତା-୨୮-୦୬-୨୦୨୬ ଠାରୁ ୩୦-୦୬-୨୦୨୬ ପର୍ଯ୍ୟନ୍ତ ୩ ଦିନ ଧରି ସମଗ୍ର ଜିଲ୍ଲାରେ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ କରାଯିବ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା’ର ଜନ୍ମ’ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ସମସ୍ତ ଶିଶୁ ପ୍ରାୟ ୬୬,୩୬୫ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆଇବାର ଲକ୍ଷ୍ୟ ରଖାଯାଇଛି । ଏଥ‌ିପାଇଁ ଚିହ୍ନଟ କରା ଯାଇଥିବା ୫୭୪ ଟି ବୁଥରେ ଦୁଇ ଜଣିଆ ଟୀକା ପ୍ରଦାନକାରୀ ଦଳ’ଙ୍କୁ ନିୟୋଜିତ କରାଯାଇଛି । ଏତଦ ବ୍ୟତିତ, ୨୦ଟି ଭ୍ରାମ୍ୟମାଣ ଦଳ ଏବଂ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନ ସମୂହରେ ୩୦ଟି ଟ୍ରାଞ୍ଜିଟ ଦଳ ନିୟୋଜିତ କରାଯାଇଛି ।

ଟୀକାକରଣର ପ୍ରଥମ ଦିନ ଅର୍ଥାତ୍ ଆଜି ୨୮-୦୬-୨୦୨୬ (ରବିବାର) ଦିନ ଚିହ୍ନଟ କରା ଯାଇଥିବା ବୁଥ ସମୂହରେ ଟୀକାକରଣ କରାଯିବ । ପରବର୍ତ୍ତୀ ଦୁଇ ଦିନ , ଟୀକା ପ୍ରଦାନକାରୀ ଦଳ ଗୃହକୁ ଗୃହ ପରିଦର୍ଶନ କରି ପୋଲିଓ ଟୀକା ପାଇ ନ ଥୁବା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ ।

କାର୍ଯ୍ୟକ୍ରମଟି’କୁ ତଦାରଖ କରିବା ପାଇଁ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ନିୟୋଜିତ ଅଛନ୍ତି ବୋଲି କହିଥିଲେ ।

ପରେ ସି:ଡି:ଏମ:ଓ ଡ଼ାଃ ମଞ୍ଜୁରାଣୀ ଜେନା , ଡି:ଏମ:ଓ: ଡ଼ାଃ ସାନ୍ତାନୁ କୁମାର ପାଢ଼ୀ ଏବଂ ଡି:ପି:ଏମ୍ ସରିତା ମହାପାତ୍ର ମିଳିତ ଭାବେ ଶିଶୁ ମାନଙ୍କୁ ଦୁଇ ଟୋପା ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଥିଲେ ।

ଏହି ପୋଲିଓ ବୁନ୍ଦା ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର , ସ୍କୁଲ , ଗୋଷ୍ଟି କେନ୍ଦ୍ର , ବସଷ୍ଟାଣ୍ଡ , ଯାତାୟାତ ହେଉଥିବା ଜନଗହଳି ସ୍ଥାନ ଓ ଛକ ମାନଙ୍କ ଠାରେ ପୋଲିଓ ବୁନ୍ଦା ଟିମ୍ ରେ ଆଶା ଓ ଅଙ୍ଗନବାଡି କର୍ମୀ , ସ୍ୱାସ୍ଥ୍ୟ କର୍ମୀ , ଏ:ଏନ୍:ଏମ୍ ତାଲିମ ଛାତ୍ରୀ ପ୍ରମୁଖ ରହି ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ହାଟ ନଖରେ ଚିହ୍ନଟ କରୁଛନ୍ତି ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–