June 13, 2026

ଉତ୍ସର୍ଗର ରକ୍ତଦାନ ଶିବିର,୩୮ ୟୁନିଟ ସଂଗ୍ରହ

pomm
Share

ସମ୍ବଲପୁର:ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାମାଜିକ ସଂଗଠନ ଉତ୍ସର୍ଗ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ସମ୍ବଲପୁର ଓ ବୁର୍ଲ୍ଲା ବ୍ଲଡ ବ୍ୟାଙ୍କ ର ବୈଷୟିକ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।ଗ୍ରୀଷ୍ମ କାଳୀନ ସମୟରେ ବୁର୍ଲ୍ଲା ଓ ସମ୍ବଲପୁର ଠାରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଉତ୍ସର୍ଗ ପକ୍ଷରୁ କୁହାଯାଇଛି।
ରକ୍ତର ଘୋର ଅଭାବ ପରିସ୍ଥିତି ସମୟରେ ଦୀପକ ମହାବର,ଗୌତମ ଭାଇନା,ସ୍ୱର୍ଣ୍ଣଜିତ ଷଡଙ୍ଗୀ ,ଆରତୀ ଷଡଙ୍ଗୀ ,ଶୋହମ ପୁରୋହିତ ,ସହରାଂଶୁ ପୁରୋହିତ ,ଅଜିତ ସାହୁ,ଜନିତ ପଟେଲ,ରାମଶିଷ ତ୍ରିପାଠୀ ,ଚିନୁ ବଡି, କ୍ରୀଷ୍ଣା ଏମ ପାଲ,କୁମାର ଚେତ୍ରିନ,ସ୍ୱପ୍ନିଲ ମିଶ୍ର,ରୋହୀତ ସରାଫ,ସୁରଜ ନାୟକ,ସହଦେବ ପୁରଲିଆ,ରାଧାକାନ୍ତ ବେଶନ,ବାଳଗୋପାଲ ସାହୁ,ହାଇଦର ଖାନ,ଈଶ୍ୱର ଥେଟୁଆର,ସୁବାସ ବାରିକ, ସୋନି ସିହଂ,ଏମଡି ଜାଭେଦ,ପ୍ରବୀର ବେହେରା,ଗୌରବ ଶଙ୍କର ସିଂ,ଆୟୁଷି ମିଶ୍ର,ରସ୍ମିତ କୌର,ହରି ଶଙ୍କର ମେହେର, ମହେଶ ସାୟତ,ଶିବାନନ୍ଦ ସାହୁ,ସାର୍ଥକ ପଣ୍ଡା,ପ୍ରତୀକ ପଣ୍ଡା,ସଞ୍ଜୟ ଷଡଙ୍ଗୀ , ରାଧେଶ୍ୟାମ ମହାପାତ୍ର ଓ ଟି ସୁନିଲ କୁମାର ରକ୍ତ ଦାନ କରିଥିବାରୁ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରିବା ସହିତ ଉତ୍ସର୍ଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।