November 16, 2026

ଗଜପତି:- ଜବାହର ନବୋଦୟ ବିଦ୍ୟାଳୟ ପରିସର’ରେ “ଗୋଲ ମରିଚ” ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

IMG-20230825-WA0029
Share

ଗଜପତି:- ଜବାହର ନବୋଦୟ ବିଦ୍ୟାଳୟ ପରିସର’ରେ “ଗୋଲ ମରିଚ” ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-
ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସର’ରେ ଆଜି “ଗୋଲ ମରିଚ” ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ’ର ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ରଥ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ’ରେ ଏନଏସଏସ: କୋର୍ଡିନେଟର ଶ୍ରୀ କୈଳାଶ ଚନ୍ଦ୍ର ପୃଷ୍ଟି , ବରିଷ୍ଠ ଶିକ୍ଷକ ଶ୍ରୀ ହର ପ୍ରସାଦ ମିଶ୍ର ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତି’ରେ ମୋହନା ରୁ ବିଦ୍ୟାଳୟର ଅଭିଭାବକ ମାନଙ୍କ ଦ୍ଵାରା ଅଣା ଯାଇଥିବା ଶତାଧିକ ଗୋଲ ମରିଚ ଚାରା ଲତା ବଡ଼ ବଡ଼ ଗଛ ତଳେ ଉପରକୁ ମାଳିବା ଭଳି ରୋପଣ କରା ଯାଇଥିଲା ।
ବିଦ୍ୟାଳୟ’ର ସବୁଜିମା ଓ ଇକୋନୋମିକ ପ୍ଲାଣ୍ଟ ର ରୋପଣତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ଯୋଗାଇଛି । ଯାହାକି , ଏଭଳି ବୃକ୍ଷ ରୋପଣ ବିଦ୍ୟାଳୟ’ର ପରିବେଶ’କୁ ଅତ୍ୟନ୍ତ ଶୋଭନୀୟ କରିପାରିଛି ।
ଏହି କାର୍ଯ୍ୟକ୍ରମ’ର ସଫଳ ରୂପାୟନ ମୋହନା ବ୍ଲକ’ର ଅଭିଭାବକ ମାନଙ୍କ ସହଯୋଗ କ୍ରମେ ସମ୍ଭବ ହୋଇ ପାରିଥିବା କୁହାଯାଇଛି ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————————–

You may have missed