November 28, 2026

ରତ୍ନାକର ଦାସଙ୍କୁ ଜାତୀୟ କବି ବୀରକିଶୋର ଦାସ ସମ୍ମାନ-୨୦୨୬

IMG-20261124-WA0039
Share

ହାଟଡିହି ତା ୨୪/୧୧(ମନମୋହନ ନାୟକ) : ଜାତୀୟ କବି ବୀରକିଶୋର ଦାସଙ୍କ ୧୩୦ତମ ଜୟନ୍ତୀ ପାଳନ ଅବସରରେ ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସଙ୍କ ସାମଗ୍ରିକ କୃତି ଓ ସ୍ବୀକୃତିକୁ ବିଚାରକୁ ନିଆଯାଇ ରାଜ୍ଯ ସ୍ତରୀୟ ” ଜାତୀୟ କବି ବୀରକିଶୋର ଦାସ ଶିଶୁ ସାହିତ୍ଯ ସମ୍ମାନ-୨୦୨୬” ଅର୍ପଣ କରାଯାଇଛି। ଭୁବନେଶ୍ବର ବୁଦ୍ଧ ମନ୍ଦିରରେ ବୀରକିଶୋର ଦାସ ସ୍ମୃତି ସଂସଦର ସଭାପତି ବିଶ୍ବବନ୍ଧୁ ମହାନ୍ତିଙ୍କ ପୌରୋହିତ୍ଯ ରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ଯ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ବରିଷ୍ଠ ରାଜନୀତିଜ୍ଞ ସୌମ୍ଯରଞ୍ଜନ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ଖ୍ଯାତନାମା ସାହିତ୍ୟିକ ଦାଶ ବେନହୁର, ସ୍ବତନ୍ତ୍ର ଅତିଥି ଭାବେ ଓଡିଶା ସାହିତ୍ଯ ଏକାଡେମୀର ସଚିବ ଡ.ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗଦେଇ ଶ୍ରୀ ଦାସଙ୍କୁ ମାନପତ୍ର, ଉତ୍ତରୀୟ ଓ ସମ୍ମାନ ଫଳକ ଅର୍ପଣ କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବାଦ ସାହିତ୍ଯ ଘର ହାଟଡିହି , ଘସିପୁରା ସମେତ ହାଟଡିହି ବ୍ଲକ ମିଳିତ ସାହିତ୍ଯ ମଞ୍ଚର କର୍ମକର୍ତ୍ତା, ଆନନ୍ଦପୁର ଲେଖକ ସମବାୟ ସମିତିର କର୍ମକର୍ତ୍ତାଗଣ ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।