November 16, 2026

ବିଂଶ ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 

IMG-20241124-WA0062
Share

ଶିଶୁ ମହୋତ୍ସବ ଟ୍ରଷ୍ଟ ଆନୁକୁଲ୍ୟରେ ବିଂଶ ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ ଘାଟିତ ହୋଇଯାଇଛି I ଟ୍ରଷ୍ଟ ସଭାପତି ସଦାଶିବ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉଦ୍ ଘାଟକ, ପୂର୍ବତନ ନଗରପାଳ goura ହରି ପ୍ରଧାନ, ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, !ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ପ୍ରତିଭା ମାନଙ୍କର ପ୍ରତିଭା ପ୍ରଦର୍ଶନ କୁ ଭୂୟସୀ ପ୍ରଶଂସା କରିଥିଲେ I ଆବାହକ ସୁଧାଂଶୁ ଭୂଷଣ ରଥ ସ୍ଵାଗତ ଭାଷଣ ଏବଂ ସମ୍ପାଦକ ଶଙ୍ଖମିତ୍ର ସିଂହାରୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ I ଏହି ଅବସରରେ ସ୍ମରଣିକା ଉନ୍ମୋଚନ ହେବା ସହିତ ଗୁରୁ.. ଙ୍କୁ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ଉପଦେଷ୍ଟା ଭଗବାନ ସୁଆର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଚକ୍ରଧର ମହାପାତ୍ର ମଞ୍ଚାସୀନ ଥିଲେ I କୋଷାଧ୍ୟକ୍ଷ ପ୍ରଶାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ଶିଶୁଶିଳ୍ପୀ ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ତବଲା ବାଦନ, ସଙ୍ଗୀତ,ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର ଓ ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ଅମରେଶ୍ଵର ମହାପାତ୍ର, ଗୀତିକାର ବଦ୍ରି ମିଶ୍ର, ସୁକାନ୍ତ କୁମାର ପଣ୍ଡା ,ପ୍ରବୀର ଶତପଥୀ, ପ୍ରଭାକର ସାହୁ, ଜିତେନ୍ଦ୍ର କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାଶ,ସୋନାଲି ମଧୁସ୍ମିତା ମହାନ୍ତି, ରଶ୍ମିରଞ୍ଜନ ତ୍ରିପାଠୀ, ରାଜେଶ କୁମାର ସାହୁ ଜଗନ୍ନାଥ ସିଂହାରୀ, ଭୂବନ ମୋହନ ପୂଜାପଣ୍ଡା, ଅନ୍ନପୂର୍ଣା ଦେବୀ, ପ୍ରମୁଖ ସହଯୋଗ କରିଥିଲେ I ଦୁଇଦିନିଆ ମହୋତ୍ସବରେ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ତିନିଶହ ଶିଶୁ କଳାକାର ଯୋଗ ଦେଇଛନ୍ତି ଇ

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed