November 16, 2026

କେନ୍ଦ୍ରାପଡାରେ ଏଚ.ଡି.ଏଫ.ସି. ବ୍ୟାଙ୍କ ଶାଖା ଉଦଘାଟିତ

IMG-20230124-WA0005
Share

 

 

କେନ୍ଦ୍ରାପଡ଼ା,

ଏଚ.ଡି.ଏଫ.ସି. ବ୍ୟାଙ୍କ ଓଡିଶାରେ ଏହାର ୧୯୭ ତମ ଶାଖା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ତାହାର ୫ମ ଶାଖା ଆରମ୍ଭ କରିଛି। ଏଚ.ଡି.ଏଫ.ସି. ବ୍ୟାଙ୍କର ଏହି ଶାଖାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଫିତାକାଟି ଉଦଘାଟନ କରିଛନ୍ତି। ଏଥିସହିତ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ମଧ୍ୟ ଏହି ଅବସରରେ ଋଣ ଚେକ ପ୍ରଦାନ କରାଯାଇଥିଲା। ବ୍ୟାଙ୍କର କ୍ଲଷ୍ଟର ମୁଖ୍ୟ ସଂଗ୍ରାମ ଦାସ ଏବଂ ଶାଖା ପରିଚାଳକ ସନ୍ଦୀପ ନାଥଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଋଣ ବାବଦ ଚେକପ୍ରଦାନ କରିଥିଲେ। ଦୁଇ ଚକିଆ ଯାନ, ଚାରିଚକିଆ ଯାନ ପାଇଁ ଏଚ.ଡି.ଏଫ.ସି. ବ୍ୟାଙ୍କ ଋଣ ପ୍ରଦାନ କରିଥିଲା। ବ୍ୟାଙ୍କର କ୍ଲଷ୍ଟର ମୁଖ୍ୟ ଶ୍ରୀ ଦାସ କହିଥରଲେ ଯେ କେନ୍ଦ୍ରାପଡା ସହରରେ ବିଶ୍ୱ ସ୍ତରୀୟ ସେବା ତଥା ସମସ୍ତ ପ୍ରକାର ଋଣ ଯୋଗାଇବା ପାଇଁ ଏଚ.ଡି.ଏଫ.ସି. ବ୍ୟାଙ୍କ ପ୍ରତିଶୃତି ବଦ୍ଧ।

କେନ୍ଦ୍ରାପଡ଼ା ରୁ ଗୋକୁଳ ଆଚାର୍ଯ୍ୟ

You may have missed