ପିର ବାଲିଯାତ୍ରା ର ପ୍ରସ୍ତୁତି କମିଟି ବୈଠକ l ସୁରକ୍ଷା ବ୍ୟବସ୍ଥା କଡା କଡୀ
lଅସ୍ତରଙ୍ଗ,, ପୁରୀ ଜିଲ୍ଲା ର ପବିତ୍ର ସର୍ବ ଧର୍ମ ସମ୍ବନୟ ପୀଠ ଅସ୍ତରଙ୍ଗ ବ୍ଲକ ର ଛୁରିଆନା ଗ୍ରାମ ପଞ୍ଚଯାତ ଅଧୀନ, ପିର ଯାହାନିଆ ବାଲିଯାତ୍ରା ପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଇତି ମଧରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ପ୍ରସ୍ତୁତି କମିଟି ବୈଠକ ରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ ଅଧ୍ୟକ୍ଷତା କରିଥିଲେ l ପ୍ରାରମ୍ଭ ରେ ଛୁରିଆନା ସରପଞ୍ଚ ଶ୍ରୀ କ୍ଷୀରୋଦ କାଣ୍ଡି ଯାତ୍ରା ସମ୍ବଧିୟ ସମସ୍ତ ସୂଚନା ଦେବା ପରେ, ପାନୀୟ ଜଳ,ବିଦୁତ,ରାସ୍ତା, ଆଦି ସମ୍ପର୍କବ ରେ ଆଲୋଚନା କରା ଯାଇ ଥିଲା l ତିନିଦିନ ବାଲିଯାତ୍ରା ପାଇଁ ଦିବା ରାତ୍ର ଜଳ ଯୋଗାଣ,ନିରବ ଛୀର୍ଣ୍ଣ ବିଦୁତ ଯୋଗାଣ,ପାଦ ଚଲା ରାସ୍ତା ରେ ଯେପରି ଯାତାୟଟା ଠିକ ହେବ ସେଥି ପ୍ରତି ଦୃଷ୍ଟି ଦେବା ସଶ, ସୁବିଧା ଭାବେ ଜାନ ବାହାନା ଯିବା ଆସିବା ସହ ପାର୍କିଙ୍ଗ ଆଦି ଉପରେ ଆଲୋଚନା କରା ଯାଇ ଥିଲା l ସେହିପରି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ର ଶୁ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଉପରେ ମଧ୍ୟ ଆଲୋଚନା କରା ଯାଇଥିଲା l ଅସ୍ତରଙ୍ଗ ପଟୁ ଆସୁଥବା ଯାତ୍ରୀ ବାହୀ ଗାଡି କଣମଣ ନଦୀକୂଳ କୁ ଆସି, ସେଠୁ ଯାତ୍ରୀଙ୍କୁ ଓହ୍ଲାଇ ନଦୀ ବନ୍ଦ ଓ ସୁନ୍ଦର ଦେଇ ଅସ୍ତରଙ୍ଗ ଯିବେ l ଦୁଇ ଚକିଆ ଜାନ ପାଇଁ ମେଳା ନିକଟ ପଡିଆ ରେ ପାର୍କିଙ୍ଗ କରା ଯାଇ ଅଛି l ମଙ୍ଗଳବାର ସକାଳେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ରହିଥିବା ବେଳେ, ବୁଧବାର ସାହିତ୍ୟ ଆସର କାର୍ଯ୍ୟକ୍ରମ ରହି ଅଛି l ଏହି ବୈଠକରେ, ବିଡିଓ ସସ୍ମିତା ବେହେରା,ସାଂସଦ ପ୍ରତିନିଧି ଦିବାକର ଛାଟୋଇ,ଥାନା ଆଇଆଇସି ରିତା ବେହେରା,ସମିତିସଭ୍ୟ ବିମ୍ବା ଧର ବିଶ୍ୱାଳ, ଅସ୍ତରଙ୍ଗ ଥାନା ଏ ଏସ ଆଇ, ସଂଗ୍ରାମ ସାମନ୍ତରାୟ,ଫାୟାର ନାହିନୀ, ମେଡିକାଲ ଦଳ,ବିଭାଗୀୟ ସମସ୍ତ ସରକାରୀ ଅଧିକାରୀ ଗଣ ମାଧ୍ୟମ ପ୍ରତିନିଧି ଦୁଃଶାସହ ନାୟକ,ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ, ଇଉ ଟେକ ସର୍ଭିସ ଭୁବନେଶ୍ୱର,ସଂଗଠନ ତରଫରୁ ଲାଇଫଗାର୍ଡ, ସଫେଇ କର୍ମଚାରୀ, ସିକୁରିଟି କର୍ମ ଚାରି ଙ୍କୁ ମିଶାଇ ୩୫ଜଣ ଙ୍କୁ ଯାତ୍ରା ପୀଠ ରେ ନିୟୋଜିତ କରାଯାଇ ଅଛି ବୋଲି ଏହାର ମୁଖ୍ୟ ରଞ୍ଜନ କୁମାର ସ୍ୱାଇଁ ଜଣାଇ ଛନ୍ତି l
