ମର୍ଣ୍ଣିଙ୍ଗ ଓରିଅର କ୍ଲବ ପକ୍ଷରୁ ବିଚ ପାର୍କିଂ ସଫେଇ ଅନୁଷ୍ଠିତ
ମର୍ଣ୍ଣିଙ୍ଗ ଓରିଅର କ୍ଲବ ପକ୍ଷରୁ ବିଚ ପାର୍କିଂ ସଫେଇ ଅନୁଷ୍ଠିତ lଆଜି ସକାଳୁ ମର୍ନିଙ୍ଗ ଓ଼ରିଅର କ୍ଳବ ତରଫରୁ ସିଟିରୋଡ ବିଚ ପାର୍କିଙ୍ଗ ରେ ଏକ ସ୍ୱଚ୍ଛ ଭାରତ ଅଭିଯାନ ହେଇଥିଲା, ସକାଳୁ ସ୍ୱଚ୍ଛ ଅଭିଯାନ ଆରମ୍ବ ହୋଇ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ କ୍ଲବ ର ସଭାପତି ସଞ୍ଜିତ କୁମାର ସାହୁ ଙ୍କ ନେତୃତ୍ୱ ରେ ସମସ୍ତ ସଦସ୍ୟ ଯୋଗଦାନ କରି ପାର୍କିଙ୍ଗ ସ୍ଥଳକୁ ସଫେଇ କରୁଛନ୍ତି । ସମ୍ପାଦକ ସୁଜିତ କୁମାର ସାହୁ କାର୍ଯ୍ୟକ୍ରମ ଟି ପରିଚାଳନା କରିଥିଲେ। ଉପସଭାପତି ପ୍ରମୋଦ ପ୍ରାଧନ ଏବଂ କ୍ଲବ ର ଉପଦେଷ୍ଟା ଭାଗିରଥି ପ୍ରଧାନ ଏବଂ ବିକ୍ରମ ରାୟଙ୍କ ଉପସ୍ଥିତ ରେ ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ଟିକୁ ସଫାଳ କରେଇଛନ୍ତି l ଏହି କାର୍ଯ୍ୟକ୍ରମକୁ ପ୍ରମୁଖ ଭାବେ ଜୟନ୍ତ ଦାଶ, ରଂଜିତ କୁମାର ସାହୁ, ବିରଞ୍ଚି ନାରାୟଣ ସାହୁ, ବିଜୟ କୁମାର ଖୁଣ୍ଟିଆ, ରାଜା ମହାନ୍ତି ଙ୍କ ସହିତ ସମସ୍ତ ଦେବ ଦୃଲାଭ ସଦସ୍ୟ ମାନେ ଯୋଗଦାନ କରି କାର୍ଯ୍ୟ ଟି ସଫଳ କରିଛନ୍ତି l ଏଥିସହିତ ପୁରୀ ମହାନଗର ନିଗମ ପକ୍ଷରୁ ଡ୍ରୋଜର ଏବଂ ଟ୍ରାକ୍ଟର ମଗାଇ ଅଳିଆ ଆବର୍ଜନା କୁ ସ୍ଥାନାନ୍ତରିତ କରାଯାଇଛି lପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
