June 13, 2026

ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ପ୍ରତିଯୋଗିତା..

IMG-20240723-WA0018
Share

 

 

ବୋଲଗଡ଼,(ଉପାନ୍ତ ଖବର ):

ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶରେ ପାଳିତ ହେବାକୁ ଥିବା ଶିକ୍ଷା ସପ୍ତାହର ଦ୍ଵିତୀୟ ଦିବସରେ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହକତ୍ୱରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ପ୍ରତିଯୋଗିତା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଶିକ୍ଷକ ଦୀପ୍ତି ରଞ୍ଜନ ଦାସ ଏବଂ ବିଶ୍ୱଜିତ ସରୋଜ କୁମାରଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ବିଭାଗରେ ଷଷ୍ଠରୁ ଦଶମ ଶ୍ରେଣୀ ଏବଂ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ଏବଂ ସୌଦାମିନୀ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ କନିଷ୍ଠ ବିଭାଗରେ ତୃତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉକ୍ତ ପ୍ରତିଯୋଗିତା ସମାପିତ ହୋଇଥିଲା।

ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ ଏବଂ ଶିକ୍ଷକ ଅଂଶୁମାନ ଧଳ ବରିଷ୍ଠ ବିଭାଗରେ,ଶିକ୍ଷକ ବିଚିତ୍ର କୁମାର ଘଡେ଼ଇ ଏବଂ ଶିକ୍ଷୟିତ୍ରୀ ନମିତା ସାହୁ କନିଷ୍ଠ ବିଭାଗରେ ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ।ପ୍ରତିଯୋଗିତା ପରିଚାଳନାରେ ଶିବ ପ୍ରଧାନ,ସ୍ନେହଲତା ପାଇକରାୟ ଓ ସମ୍ବିତ କେଦାର କର ସହଯୋଗ କରିଥିଲେ।

କନିଷ୍ଠ ବିଭାଗରେ ଠେକୁଆ କଇଁଛ ଚିତ୍ରାଙ୍କନରେ ଆଶା ପ୍ରଧାନ,କାଉ ମାଠିଆ ଚିତ୍ରାଙ୍କନରେ ଜାଗୃତିପ୍ରଭା ସାହୁ, ଇଂରାଜୀ ଅକ୍ଷରମାଳାକୁ ନେଇ ଗଠିତ ଶବ୍ଦ ସହ ସଂପୃକ୍ତ ଚିତ୍ରରେ କ୍ଷୀରାବ୍ଧି ତନୟା ପ୍ରଧାନ,ଘଣ୍ଟା,ଯନ୍ତ୍ରବାକ୍ସର ଉପକରଣ ଚିତ୍ର ଓ ବୃକ୍ଷର ଚିତ୍ରରେ ବିଭିନ୍ନ ଅଂଶର ନାମକରଣରେ ହିମାଂଶୁ ଶେଖର ସାହୁ,ମନୁଷ୍ୟର ଚିତ୍ରରେ ବିଭିନ୍ନ ଅଙ୍ଗର ନାମକରଣରେ କ୍ଷୀରାବ୍ଧି ତନୟା ପ୍ରଧାନ,ଋତୁମାନଙ୍କ ନାମ ଓ ଇଂରାଜୀ ବଡ଼ ଓ ସାନ ବର୍ଣ୍ଣ ଲିଖନରେ ସୁଭଦ୍ରା ଶୁଭଦର୍ଶିନୀ, ସାତ ବାର ର ନାମ ଲିଖନରେ ଆଦିତ୍ୟ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ବରିଷ୍ଠ ବିଭାଗରେ ଠେକୁଆ ଓ କଇଁଛ,କାଉ ଓ ମାଠିଆ ଏବଂ ଘଣ୍ଟା ଚିତ୍ରାଙ୍କନରେ ବିଷ୍ଣୁ ପ୍ରସାଦ ସାଥୁଆ,ଜ୍ୟାମିତି ଉପକରଣ ଚିତ୍ରରେ ସ୍ମୃତିଶ୍ମିତା ମହାନ୍ତି,ବୃକ୍ଷର ଚିତ୍ର ଓ ବିଭିନ୍ନ ଅଂଶର ନାମକରଣରେ ଆରାଧ୍ୟା ଦାସ,ଇଂରାଜୀ ଶବ୍ଦ ଗୁଡ଼ିକ ସହ ସଂପୃକ୍ତ ଚିତ୍ରାଙ୍କନରେ ରେଖା ମେହେଣା,ମାନବ ଶରୀରର ଚିତ୍ରାଙ୍କନ ଓ ବିଭିନ୍ନ ଅଂଶର ନାମକରଣରେ ରାକେଶ କୁମାର ସାହୁ,ଜାତୀୟ ସଂକେତ ସହ ସଂପୃକ୍ତ ଚିତ୍ରାଙ୍କନରେ ଲିଜା ଚୌଧୁରୀ,ପିତା ମାତାଙ୍କୁ ସନ୍ତାନର ପ୍ରଣାମ ଚିତ୍ରାଙ୍କନରେ ଓ ଗୁରୁଙ୍କୁ ଶିଷ୍ୟର ପ୍ରଣାମ ଚିତ୍ରରେ ଲିଜାଲିନ ସ୍ୱାଇଁ,ସମସ୍ତ ଋତୁ ଓ ମାସ ମାନଙ୍କର ନାମଲିଖନରେ ଆଲିଶା ପ୍ରିୟଦର୍ଶିନୀ ସାହୁ,ବୃକ୍ଷର ଶାଖା ଚିତ୍ରରେ ବଡ଼ ଓ ସାନ ଇଂରାଜୀ ଅକ୍ଷର ଏବଂ ସମସ୍ତ ଫଳା ଓ ମାତ୍ରା ବ୍ୟବହାରରେ ଶବ୍ଦଲିଖନରେ ଆର୍ଯ୍ୟରୂପା ବେହେରା,ଇଂରାଜୀ ବଡ଼ ଓ ସାନ ଅକ୍ଷର ଲିଖନରେ ଶୁଭଶ୍ରୀ ପ୍ରିୟଦର୍ଶିନୀ,ସପ୍ତାହର ବାର ଲିଖନରେ ସସ୍ମିତା ସାହୁ, ରୋମାନ ସଂଖ୍ୟା ଲିଖନରେ ରୋଜାଲିନ ଓଝା ପ୍ରଥମ ସ୍ଥାନ ଅଧିକାର କରିଥିଲେ।

 

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।

You may have missed