September 15, 2026

ଷଷ୍ଠ ଦିନରେ ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି , ଦାବିପତ୍ର ଗ୍ରହଣ କଲେ ମାନ୍ୟବର ମନ୍ତ୍ରୀ…

ghvfgh
Share

 

ରାୟଗଡ଼ା ,୪ ଦଫା ଦାବି ନେଇ ରାୟଗଡ଼l ଜିଲ୍ଲା ର ପ୍ରାଣୀ ଚିକିତ୍ସକ ମାନେ ଗତ ତା ୧୮/୧/୨୦୨୪ ରିଖ ଠାରୁ ସମୂହ ଛୁଟି ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ।ଗତ ତା ୨୨/୧/୨୦୨୪ ରିଖ ଦିନ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ, ରାୟଗଡ଼ା ଶାଖା ର ଏକ ପ୍ରତିନିଧି ଦଳ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ମନ୍ତ୍ରୀ ଆଦିବାସୀ, ହରିଜନ,ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ଉନ୍ନୟନ ଓ ଆଇନ ବିଭାଗ, ଓଡିଶା ସରକାର ଙ୍କୁ ସାକ୍ଷାତ କରି ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ସମ୍ପୁର୍ଣ୍ଣ ରୂପାନ୍ତରିକରଣ,ପ୍ରାଣୀ ଚିକିତ୍ସକ ମାନଙ୍କର କ୍ୟାଡ଼ର ପୁନର୍ଗଠନ,ନିଶୁଳ୍କ ପ୍ରାଣୀ ଚିକିତ୍ସା ସେବା ଓ କେନ୍ଦ୍ରୀୟ ହାରରେ ପ୍ରାଣୀ ଚିକିତ୍ସକ ମାନଙ୍କୁ ଡି.ଏ. ସି. ପି. ଓ ଏନ.ପି. ଏ .ପ୍ରଦାନ ଦାବି ଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏ ଦିଗରେ ଶୀଘ୍ର ସରକାର ପଦକ୍ଷେପ ନେବା ପାଇଁ ପ୍ରାଣୀ ଚିକିତ୍ସକ ମାନେ ଅନୁରୋଧ କରିଛନ୍ତି।ମାନ୍ୟବର ମନ୍ତ୍ରୀ ଙ୍କ ସହିତ ଆଲୋଚନା ସମୟରେ ଡାକ୍ତର ବିରଞ୍ଚି ନାରାୟଣ ମିଶ୍ର,ଉପ ନିର୍ଦ୍ଦେଶକ ,ରାୟଗଡ଼ା ଓ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଗୁଣୁପୁର ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଚମ୍ପେଶ୍ୱର୍ ଭାର୍ତିଆ,ଡାକ୍ତର ପ୍ରିୟବ୍ରତ ପାତ୍ର,ଡାକ୍ତର ରାଧେଶ୍ୟାମ ଦାଶ, ଡାକ୍ତର କୃଷ୍ନାନଦ ବେହେରା ଓ ଡାକ୍ତର ପାର୍ଥସାରଥୀ ସ୍ୱାଇଁ ଉପସ୍ଥିତ ଥିଲେ। ଜିଲ୍ଲା ର ସମସ୍ତ ପ୍ରାଣୀ ଚିକିତ୍ସକ ଙ୍କ ସମୂହ ଛୁଟି ଯୋଗୁଁ ଜିଲ୍ଲା ରେ ଥିବା ୧୬ ଗୋଟି ପ୍ରାଣୀ ଚିକିତ୍ସାଳୟ ରେ ପ୍ରାଣୀ ଚିକିତ୍ସା ସେବା ରେ ବ୍ୟାଘାତ ସ୍ତୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଛି।ପ୍ରାଣୀ ଚିକିତ୍ସକ ଙ୍କ ସମୂହ ଛୁଟି ଯୋଗୁଁ ପ୍ରାଣୀ ଚିକିତ୍ସାଳୟ କୁ ଆସୁଥିବା ପ୍ରାଣୀ ପାଳକ ମାନେ ନିରାଶ ହୋଇ ନିଜ ଘରକୁ ଫେରୁଛନ୍ତି।ତେଣୁ ଗୋ ପାଳକ ମାନେ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed