November 16, 2026

ସରସ୍ଵତୀ ଶିଶୁ ମନ୍ଦିର ଜାତୀୟ ଗଣିତ ଦିବସ ପାଳିତ।  

IMG-20241222-WA0061
Share

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ ସଦରମହକୁମା ସରସ୍ଵତୀ ଶିଶୁ ମନ୍ଦିର ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ବିରଞ୍ଚି କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ ରଶ୍ମିତା ରଣସିଂହ ଗୁରୁମା ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଗଣିତ କ୍ଷେତ୍ରରେ ଅବଦାନ ସମ୍ବନ୍ଧରେ ଶିଶୁ ମାନଙ୍କୁ ବୁଝାଇ ଥିବା ବେଳେ ବିଦ୍ୟାଳୟର ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ ସଂଯୋଜନା କରିଥିଲେ।ଚତୁର୍ଥ ଶେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନେ ଗଣିତ ପ୍ରକଳ୍ପ, ପ୍ରଶ୍ନମଞ୍ଚ ଗଣିତ ପତ୍ରବାଚନରେ ଭାଗ ନେଇଥିଲେ ଗୁରୁଜୀ ଗୁରୁମାଙ୍କ ଦ୍ଵାରା ମୂଲ୍ୟାଙ୍କନ କରାଯାଇ କୃତି ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ନୂତନ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)