ଉମରକୋଟ ବ୍ଲକ କଂଗ୍ରେସ କୃଷକ ସେଲ୍ ସଭାପତି ଭୁବନେଶ୍ୱର ମାଝୀଙ୍କ ପରଲୋକ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)ଉମରକୋଟ ସହରର ଜଣେ ସୁପରିଚିତ, ଜନପ୍ରିୟ ବ୍ୟକ୍ତିତ୍ୱ ତଥା ଉମରକୋଟ ପୌରପରିଷଦର ପୂର୍ବତନ କଂଗ୍ରେସ ଚେୟାରମ୍ୟାନ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମାଝୀଙ୍କ ଜ୍ୟେଷ୍ଠ ସୁପୁତ୍ର ଏବଂ ବର୍ତ୍ତମାନର କଂଗ୍ରେସ ବ୍ଲକ କୃଷକ ସେଲ୍ ସଭାପତି ଭୁବନେଶ୍ୱର ମାଝୀଙ୍କର ରବିବାର ଭୋର ୪ଟା ସମୟରେ ପରଲୋକ ହୋଇଯାଇଛି। ସେ ଉମରକୋଟ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସ୍ୱର୍ଗତ ଭୁବନେଶ୍ୱର ମାଝୀ ଜଣେ ସରଳ, ଅମାୟିକ ଓ ମିଷ୍ଟଭାଷୀ ଓ ବରିଷ୍ଠ ରାଜନେତା ବ୍ୟକ୍ତିତ୍ୱ ଭାବେ ଉମରକୋଟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ନିଜ ପିତାଙ୍କ ଅନୁସରଣ କରି ସେ ଦୀର୍ଘ ଦିନ ଧରି କଂଗ୍ରେସ ଦଳର ସଂଗଠନକୁ ସୁଦୃଢ଼ କରିବା ସହ ବିଶେଷ କରି ଅଞ୍ଚଳର ଚାଷୀ ଓ କୃଷକମାନଙ୍କ ହକ୍ ପାଇଁ ସ୍ୱର ଉତ୍ତୋଳନ କରିଆସୁଥିଲେ। ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ତାଙ୍କର ସକ୍ରିୟ ଭୂମିକା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।ତାଙ୍କ ଅକାଳ ବିୟୋଗରେ ଉମରକୋଟ କଂଗ୍ରେସ ମହଲ ସମେତ ସମଗ୍ର ଉମରକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହା ଉମରକୋଟ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଖବର ପାଇ , ପୂର୍ବତନ ଜିଲ୍ଲା ସଭାପତି, ପୂର୍ବତନ ସାଂସଦ ପ୍ରଦିପମାଝୀ, କଂଗ୍ରେସ ନେତା ସନରାଜ ଗଣ୍ଡ,ଶିବରାମ ରାଜୁ, ମଞ୍ଜୁଳା ମାଝୀ, ରାଇଘର ବ୍ଳକଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର , ଚୁନିଲାଲ ସତନାମୀ, ପୂର୍ବତନ ନଗରପାଳ ଝାଡେଶ୍ଵର ମହାନ୍ତି, ଅମୁଲ୍ୟ ପଟ୍ଟନାୟକ, ଶଙ୍କର ଦେ , ସାଇ ନାରାୟଣ ପାଢ଼ୀ,ଏସ ବିଜୟ , ପର୍ଶୁରାମ ନାୟକ ପ୍ରମୁଖ ପହଞ୍ଚି ଦଳୀୟ ପତାକା ଶବ ଉପରେ ଦେଇ ସମ୍ମାନିତ କରାଯାଇଥିଲା। ବହୁ ଦଳୀୟ କର୍ମୀ, ନେତୃବୃନ୍ଦ, ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମେଡିକାଲ ଓ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
