September 22, 2026

ଏରାଗୋଲା ଚୋର ଗ୍ଯାଙ୍ଗ ଚିହ୍ନଟ, ୩ ଚୋର ଗିରଫ 

IMG-20260922-WA0093
Share

 

ବୁଗୁଡା : ତା ୨୨/୦୯/୨୬ :(ହର ପ୍ରସାଦ ପାଢି) ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ.ଦିଲ୍ଲୀପ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏରାଗୋଲା ଚୋର ଗ୍ଯାଙ୍ଗକୁ ଚିହ୍ନଟ ସହ ସେହି ଗ୍ଯାଙ୍ଗର ତିନି ଜଣ ଚୋରକୁ ବୁଗୁଡା ପୋଲିସ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପୋଚାଲୁଣ୍ଡି ଗ୍ରାମର ଚିରଞ୍ଜିବୀ ପାତ୍ର(୨୨) ଓ ଅଜିତ କୁମାର ବେହେରା(୩୦) , ନିମପଦର ଗାଁର ସୁରେନ୍ଦ୍ର ପାତ୍ର(୩୫) । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୪୭୫/୨୬ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଅଞ୍ଚଳର ବିଭିନ୍ନ ଚୋରି ଘଟଣାରେ ସମ୍ପୃକ୍ତ ଏରାଗୋଲା ଚୋର ଗ୍ଯାଙ୍ଗକୁ ଠାବ କରିବା ପାଇଁ ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡିଙ୍କ ନେତୃତ୍ୱରେ ଓଏପିଏଫ୍ ଲୋକନାଥ ନାୟକ, ଏଚଜି ଉତ୍ତମ କୁମାର ସ୍ବାଇଁ ଓ ଚନ୍ଦନ ନାୟକ ପ୍ରମୁଖଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୋଲିସର ଏହି ସ୍ବତନ୍ତ୍ର ଟିମ ଚୋର ଗ୍ଯାଙ୍ଗକୁ ଠାବ ସହ ସେହି ଗ୍ଯାଙ୍ଗର ତିନି ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୫୨୨ ଗ୍ରାମ ରୂପା ଅଳଙ୍କାର , ନଗଦ ୫,୫୬୫ ଟଙ୍କା , ଗୋଟିଏ ଏଲଇଡି ହେଡଲାଇଟ୍, ତିନୋଟି ଏଲଇଡି ଟର୍ଚ୍ଚ ଲାଇଟ୍, ପାଞ୍ଚଟି ମୋବାଇଲ ଫୋନ ଏବଂ ଘର ଭାଙ୍ଗିବାରେ ବ୍ଯବହୃତ କେତେକ ଉପକରଣ ଜବତ କରିଥିଲା। ତେବେ ପୂର୍ବରୁ ଅନେକ ଚୋରି ମାମଲାରେ ସମ୍ପୃକ୍ତ ଥାଇ ଜେଲ ଯାଇଥିବା ପୋଚାଲୁଣ୍ଡିର ଅଭିଜ୍ଞ ଚୋର ଚିରଞ୍ଜିବୀ ସମେତ ତିନି ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ କେଉଁ କେଉଁ ଚୋରି ଘଟଣାରେ ଏହି ଗ୍ଯାଙ୍ଗର ସମ୍ପୃକ୍ତି ଏବଂ ଗ୍ଯାଙ୍ଗର କେଉଁମାନେ ଫେରାର ରହିଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।