September 22, 2026

ମହାବୀରପଡ଼ାରେ ଦ୍ୱିତୀୟ ବର୍ଷ ନୂଆଁଖାଇ ଭେଟଘାଟ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହ ଭାଇଚାରାର ବାର୍ତ୍ତା

IMG-20260922-WA0008
Share

 

 

ସମ୍ବଲପୁର, ତା. ୨୨।୦୯ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସମ୍ବଲପୁରର ମହାବୀରପଡ଼ା, ଧନୁପାଲିଠାରେ ଦ୍ୱିତୀୟ ବର୍ଷ ପାଇଁ ‘ନୂଆଁଖାଇ ଭେଟଘାଟ’ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ପଞ୍ଚମୁଖୀ ଯୁବକ ସଂଘ ଟ୍ରଷ୍ଟ ଏବଂ ଚେତନା ନାଟ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଭେଟଘାଟରେ ନୂଆଁଖାଇର ପରମ୍ପରା, ଭାଇଚାରା ଓ ସାଂସ୍କୃତିକ ଐତିହ୍ୟର ଝଲକ ଦେଖିବାକୁ ମିଳିଥିଲା।

 

ପ୍ରଥମେ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ପୂର୍ବତନ ରେଙ୍ଗାଲି ବିଧାୟକ ତଥା ପଞ୍ଚମୁଖୀ ଯୁବକ ସଂଘ ଟ୍ରଷ୍ଟର ସଭାପତି ନାଉରୀ ନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଣ୍ଡାଙ୍କ ସମେତ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ଡା. ବିଶ୍ୱନାଥ ମିଶ୍ର ଓ ସଂଗୀତଜ୍ଞ ଅଶୋକ ପଟ୍ଟନାୟକ ମଞ୍ଚାସୀନ ଥିଲେ।

 

ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଜୟନାରାୟଣ ମିଶ୍ର ଟ୍ରଷ୍ଟର ଉନ୍ନତି ଓ କାର୍ଯ୍ୟକଳାପର ବିକାଶ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଅତିଥିମାନେ ନୂଆଁଖାଇର ମହତ୍ତ୍ୱ, ଏହାର ସାମାଜିକ ଓ ସାଂସ୍କୃତିକ ଭୂମିକା ତଥା ଆଜି ଏହି ମହାନ ପର୍ବ ବିଶ୍ୱର ବିଭିନ୍ନ କୋଣରେ ପାଳିତ ହେଉଥିବା ସମ୍ପର୍କରେ ଆଲୋକପାତ କରିଥିଲେ।ସଭା ଅବସରରେ ବିଶିଷ୍ଟ ଚିକିତ୍ସକ ଡା. ବିଶ୍ୱନାଥ ମିଶ୍ରଙ୍କୁ ‘ପଞ୍ଚମୁଖୀ ସମ୍ମାନ’ ଏବଂ ବିଶିଷ୍ଟ ସଂଗୀତଜ୍ଞ ଅଶୋକ ପଟ୍ଟନାୟକଙ୍କୁ ‘ଚେତନା ନାଟ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରେ ଦେବାଶୀଷ ବେହେରା ଓ ପ୍ରଥା ଦାଶଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଚେତନାମୟୀ ବେହେରା, ନୁପୂର, ପୁଷ୍ପରାଜ ସୁନା, ଅର୍ପିତା, ଅନନ୍ୟା ଓ ସୁମନ ମେହେର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ନଟରାଜ, ସୁଜାତା କ୍ରିଏସନ୍, ଏମ୍ବିସିଅସ୍ ଏକାଡେମୀ, ସୁଭାଷ ଏଣ୍ଡ ଟିମ୍, ପଞ୍ଚମ ଧ୍ୱନି, କଳା ଓ କଳାକାର ଏବଂ ପଞ୍ଚବାଦ୍ୟର କଳାକାରମାନେ ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ କରିଥିଲେ।

 

କାର୍ଯ୍ୟକ୍ରମକୁ ସଫଳ କରିବାରେ ଟ୍ରଷ୍ଟର ଉପସଭାପତି ଚକାନନ ମିଶ୍ର, ସମ୍ପାଦକ କାହ୍ନୁରାମ ଶର୍ମା, ଯୁଗ୍ମ ସମ୍ପାଦକ ଆଲୋକ ମିଶ୍ର, କୋଷାଧ୍ୟକ୍ଷ ସନ୍ତୋଷ ପଣ୍ଡାଙ୍କ ସମେତ ଶିବନାରାୟଣ ପଣ୍ଡା, ବିହାରୀ ବିଶ୍ୱାଳ, ରୂପେଶ ପଟେଲ, ପ୍ରଦୀପ ଧର, ସଞ୍ଜିତ ନାୟକ, ପ୍ରଦୀପ ଚଇନୀ, ପ୍ରକାଶ ନାୟକ, ପ୍ରତାପ ନାୟକ, ରାଜେଶ ଦିକ୍ଷୀତ, ସୁଶାନ୍ତ ପାଢ଼ୀ, ଡେନି ପଟେଲ, ମଳୟ ରଞ୍ଜନ ପାଣିଗ୍ରାହୀ, ସୁଦାମ ପଣ୍ଡା, ମହେଶ ପଟେଲ, ତନୟରଞ୍ଜନ ପାଣିଗ୍ରାହୀ, ସଞ୍ଜୀବ ପାଣିଗ୍ରାହୀ, ଜଗନ୍ନାଥ, ସୁଶୀଲ ମିଶ୍ର, ସୁଶାନ୍ତଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

You may have missed