ଉଦ୍ଭିଦ ବିଜ୍ଞାନ ବିଭାଗୀୟ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବୁଗୁଡ଼ା : ତା ୨୧/୦୯/୨୬ 🙁 ହର ପ୍ରସାଦ ପାଢି) ସ୍ଥାନୀୟ ପିପୁଲ୍ସ
କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଭଗବାନ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ଆଡମିନିଷ୍ଟ୍ରେସନ ବରସର ଡ.ପ୍ରଦୀପ କୁମାର ଦାଶ, ଆଇକ୍ୟୁଏସି କୋ-କୋଅର୍ଡିନେଟର ଆତ୍ମ ପ୍ରକାଶ ନାୟକ ଯୋଗ ଦେଇଥିବା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜୟରାମ ବିଷୋୟୀ , ଅଧ୍ୟାପିକା ଅନୀତା ଦେବୀ, ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏ ଅବସରରେ ନବାଗତ ଛାତ୍ରଛାତ୍ରୀମାନେ ସ୍ବ ସ୍ବ ପରିଚୟ ପ୍ରଦାନ କରିଥିଲେ ଏବଂ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କୁ ଉପହାର ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥି ସହ ସ୍ବବିଭାଗୀୟ ନୀତିନିୟମ ଓ ମହାବିଦ୍ୟାଳୟର ଅନୁଶାସନ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ଅଧ୍ଯକ୍ଷ, ଅତିଥିଗଣ ଏବଂ ବିଭାଗୀୟ ଅଧ୍ଯାପକବୃନ୍ଦ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀ ରୋସନୀ ରାଣୀ ପାତ୍ର ପ୍ରାରମ୍ଭରେ ଅତିଥି ପରିଚୟ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
