June 25, 2026

ଟି.ୟୁ.ସି.ସି ର ରାଜ୍ୟ ସ୍ତରୀୟ କନଭେନସନ ଅନୁଷ୍ଠିତ

IMG-20260621-WA0127
Share

ଶ୍ରମିକ ଶ୍ରେଣୀର ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଟିୟୁସିସି ସର୍ବଭାରତୀୟ ସାଧାରଣ ସମ୍ପାଦକ ଜୀ.ଆର.ଶିବଶଙ୍କର ଙ୍କର ଆହ୍ୱାନ

 

ଭୁବନେଶ୍ୱର (ଗଣେଶ ଚନ୍ଦ୍ର ବିଷୋୟୀ)ଦେଶର ଅନ୍ୟତମ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଟ୍ରେଡ ୟୁନିୟନ କୋ-ଅଡିନେସନ ସେଣ୍ଟର (ଟି.ୟୁ.ସି.ସି)ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ରାଜ୍ୟ ସ୍ତରୀୟ କନଭେନସନ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଟି.ୟୁ.ସି.ସି.ର ରାଜ୍ୟ ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ କନଭେନସନକୁ ଶ୍ରମିକ ଶ୍ରେଣୀର ପ୍ରତିନିଧି ଭାବରେ ନବରଙ୍ଗପୁରର ଶ୍ରମିକ ନେତ୍ରୀ ନିଶା ଭତରା ଅନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ଏହି କନଭେନସନର ମୁଖ୍ୟ ଅତିଥି ଭାବରେ ଟି.ୟୁ.ସି.ସି. ର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଜୀ.ଆର. ଶିବଶଙ୍କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୋଦି ସରକାର ଅମଳରେ ଶ୍ରମିକ ଶ୍ରେଣୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ବୋଲି ଅଭିଯୋଗ କରିଥିଲେ।ଦେଶରେ ପ୍ରଚଳିତ ଶ୍ରମ ଆଇନର ସଂଶୋଧନ କରାଯାଇ ଶ୍ରମ କୋଡ଼ ପ୍ରଚଳନ,ରାଷ୍ଟ୍ରୀୟତ ଉଦ୍ୟେlଗ ଗୁଡିକର ଘରୋଇ କରଣ,ବ୍ୟାପକ ଶ୍ରମିକ ଛଟେଇ,ଠିକା ନିଯୁକ୍ତି,ଆଠ ଘଣ୍ଟିଆ ବଦଳରେ ଦଶ ଘଣ୍ଟିଆ କାର୍ଯ୍ୟ ଦିବସ ପ୍ରଚଳନ ଆଦି ଫଳରେ ଶ୍ରମିକ ଶ୍ରେଣୀର ଦୁର୍ଦଶା ବୁଦ୍ଧି ପାଇବାରେ ଲାଗିଛି।ଏଭଳି ଏକ ଘଡି ସନ୍ଧି ମୁହୁର୍ତ୍ତରେ ଏକ ଦେଶ ପ୍ରେମୀ,ଜାତୀୟତା ବାଦୀ ଶ୍ରମିକ ସଙ୍ଗଠନ ଭାବରେ ଶ୍ରମିକ ଶ୍ରେଣୀର ସଂଗ୍ରାମକୁ ତୀବ୍ରତର କରିବା ପାଇଁ ଉପସ୍ଥିତ ଟି.ୟୁ.ସି.ସି. ର ସାଥି ମାନଙ୍କୁ ଆହ୍ୱାନ ଦେଇଥିଲେ।ମୁଖ୍ୟବକ୍ତା ଭାବରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଯୋଗ ଦେଇ “ଶ୍ରମକୋର୍ଡ଼ ଓ ଦେଶର ଶ୍ରମଜୀବୀ ମଣିଷ” ଶୀର୍ଷକ ବିଷୟ ବସ୍ତୁ ଉପରେ ବ୍ୟାପକ ଭାବରେ ନିଜର ମତ ରଖିଥିଲେ।କଷ୍ଟଲବ୍ଧ ସଂଗ୍ରାମ ଫଳରେ ଶ୍ରମିକ ଶ୍ରେଣୀ ହାସଲ କରିଥିବା ଅଧିକାର ଆଜି ଶ୍ରମକୋର୍ଡ଼ ପ୍ରଚଳନ ସହିତ ଦେଶରେ ଭୁଲଣ୍ଠିତ ହୋଇଛି ବୋଲି ଅଭିଯୋଗ ବଢିଥିଲେ।ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ,ବରିଷ୍ଟ ସାମ୍ବାଦିକ ସୁରେନ୍ଦ୍ର ପାତ୍ର,ସମଦୃଷ୍ଟି ର ସମ୍ପାଦକ ବିଘ୍ନେଶ୍ୱର ସାହୁ, ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ଦୃଢ଼ ଭାବରେ ବିରୋଧ କରିବା ସହ ଏହା ବିରୋଧରେ ଐକବୋଧ ଶ୍ରମିକ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ କରିଥିଲେ।ଏହି କନଭେନସନ ଅବସରରେ ନୀଳାଚଳ ଇସ୍ପାତ ନିଗମ ଶ୍ରମିକ ସଂଘ,କଳିଙ୍ଗ ନଗର ଶ୍ରମିକ ସଂଘ ସମେତ ଅନ୍ୟାନ୍ୟ ଶ୍ରମିକ ସଙ୍ଗଠନର ନେତା ଶ୍ରୀ ପ୍ରତାପ ଜେନା,ବାବୁଲି ପୂର୍ତ୍ତି,ଯୁବ ଶ୍ରମିକ ନେତା ପ୍ରସନ୍ନଜିତ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ନେତା ଟି.ୟୁ.ସି.ସି.ରେ ଯୋଗ ଦେଇଥିଲେ।ଟିୟୁସିସି ର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଜୀ.ଆର.ଶିବଶଙ୍କର ସେମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ ପୂର୍ବକ ସଙ୍ଗଠନରେ ସାମିଲ କରିଥିଲେ।ଏହି କନଭେନସନ ଅବସରରେ ଟି.ୟୁ.ସି.ସି.ର ନୂତନ ୨୩ ଜଣିଆ ରାଜ୍ୟ କମିଟି ଗଠନ କରାଯାଇଥିଲା।ଏହି ନୂତନ କମିଟିର ରାଜ୍ୟ ସଭାପତି ରୂପେ ଜ୍ୟୋତି ରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ରୂପେ ପ୍ରତାପ ଜେନା,କୋଷାଧ୍ୟକ୍ଷ ରୂପେ ଲଷ୍ମୀ ଦୋରା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ନିରଞ୍ଜନ ଭୋଇ, ସନ୍ତୋଷ ସାହୁ,ଧନ ଗିଉରିଆ, ଅନ୍ତର୍ଯ୍ୟାମୀ ସାହୁ,ବିଶ୍ୱଜିତ ପଣ୍ଡା, ରାଜୁ ନାୟକ,ଦୁର୍ଯ୍ୟୋଧନ ପୂଜାରୀ, ବିଜୟ ସାହୁ,ରଜନୀଗନ୍ଧା ବାରିକ, ରିଙ୍କି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।