June 21, 2026

ପଞ୍ଚାୟତ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି କାର୍ଯ୍ୟାଦକ୍ଷତା ନେଇ ତାଲିମ  ଶିଶୁଙ୍କ ମଙ୍ଗଳ ଓ ସୁରକ୍ଷା ଆମର ପ୍ରାଥମିକ କର୍ତ୍ତବ୍ୟ 

IMG-20260621-WA0088
Share

 

ସମ୍ବଲପୁର, ୨୧. ୦୬():ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଯେମିତି ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ, ସେହିପରି ଶିଶୁମାନଙ୍କ ଜୀବନକୁ ସୁରକ୍ଷିତ ଓ ମଙ୍ଗଳମୟ କରିବାରେ ପିତା ମାତା, ଅବିଭାବକ ଓ ଗୋଷ୍ଠୀ ସମୁଦାୟ ଏକ ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥାନ୍ତି।ଯାହାକି ଓଡିଶା ସରକାରଙ୍କ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇ ଗ୍ରାମ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟିକୁ ଗୁରୁତ୍ୱ ବହନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଲି, ଢୋଲପଡା ଓ କଂସର ପଞ୍ଚାୟତରେ କ୍ରମାଗତ ଭାବେ ପଞ୍ଚାୟତ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି କାର୍ଯ୍ୟାଦକ୍ଷତା ନେଇ ତାଲିମ ପ୍ରଦାନ କରାଯାଇଛି।

 

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ ସ୍ବେଛାସେବୀ ସଂଗଠନ ସିଡ଼ି ପକ୍ଷରୁ ପୋଗ୍ରାମ ଅଫିସର ସଂସାର ବାଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ତାଲିମଦାତା ତଥା ସମ୍ବଲପୁର ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ତାଲିମ ପ୍ରଦାନ କରି ଗ୍ରାମ୍ୟ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟିର ପୃଷ୍ଟଭୂମି, ଉଦ୍ଦେଶ୍ୟ, ଗଠନ ପ୍ରକ୍ରିୟା, କମିଟିର ଦାୟିତ୍ୱ ଓ କର୍ତ୍ତବ୍ୟ, ସଭା ଓ ତଦାରଖ, ଶିଶୁ ପ୍ରତିନିଧିଙ୍କ ଭୂମିକା, ଯୋଜନା ପ୍ରସ୍ତୁତି, ଆବଶ୍ୟକ ପଦକ୍ଷେପ, ଫୋକସ କାର୍ଯ୍ୟଶୈଳୀ, ଶିଶୁ ସୁରକ୍ଷା ଆଚାରଣ ଓ ଉତ୍ତର ଦାୟିତ୍ୱ ପ୍ରଣାଳୀ, ଫର୍ମାଟ ପୂରଣ ଓ ବୈଠକ ଉପସ୍ଥାପନା ଉପରେ ୱାର୍ଡ ମେମ୍ବର,ଆଶା ଓ ଅଙ୍ଗନୱାଡି ଦିଦି,କମିଟି ସଦସ୍ୟା ମାନଙ୍କୁ ନିଖୁଣ ଭାବେ ତାଲିମ ପ୍ରଦାନ କରିଥିଲେ।ଏହାକୁ କ୍ଲଷ୍ଟର କୋର୍ଡିନେଟର ଭାଗ୍ୟଧର ମନହିରା, ତପନ କୁମାର ପ୍ରଧାନ,ଶିଶୁ ଅଧିକାର ପରିଚାଳକ

ଅଶୋକ ନାୟକ,ମୋନାଲିସା ସାହୁ,ଯୋଗେଶ୍ୱରୀ ପାତ୍ର, ଇନ୍ଦିରା ନାୟକ ଏହାକୁ ପରିଚାଳନା କରିଥିଲେ।