ଅର୍ଣ୍ଣବ ବାତ୍ୟା ରେ କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ବିଜେଡି ଦଳର ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ସଦସ୍ୟ …
ଗଜପତି—ବାତ୍ୟା ଅର୍ଣ୍ଣବ ଓ ଅକ୍ବାନର ପ୍ରଭାବରେ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି କୃଷି କ୍ଷେତ୍ରରେ ଏହାର ପ୍ରଭାବ ଅତ୍ୟଧିକ ରହିଥିବା ବେଳେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏପରି ସମୟରେ ଲୋକଙ୍କ ଦୁଃଖରେ ସାମିଲ ହୋଇ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଠାରେ ତଥ୍ୟ ଉପସ୍ଥାପନ କରିବା ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ପହଞ୍ଚିଛନ୍ତି ପୂର୍ବତନ ବାଚସ୍ପତି ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ। ବହୁତ କ୍ଷତିଗ୍ରସ୍ତ ଗୋଷାଣୀ ବ୍ଲକର ଲିଙ୍ଗିପୁର, ବାଘଶାଳା, ସରଧାପୁର, ବାପୁଜିପେଣ୍ଠ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟା ଜଳରେ ବୁଡ଼ି ଯାଇ ନଷ୍ଟ ହୋଇଥିବା ଧାନ ଫସଲ ବୁଲି ଦେଖିଥିଲେ। ଶହ ଶହ ଏକର ଧାନ ଫସଲ ପାଣିରେ ବୁଡି ଅଗାଡ଼ି ପାଲଟିଥିବା ଦେଖି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ନେଇ ବିଧାନସଭାରେ ଉପସ୍ଥାପନା କରାଯିବ। ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ପରିଦର୍ଶନରେ ଆସିଥିବା ଦଳ। ବିଧାନସଭାର ଶୀତକାଳୀନ ଅଧିବେସନ ଚାଲିଥିବା ସମୟରେ ଏହି ଟିମରେ ସ୍ଥାନୀୟ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ସାମିଲ ହୋଇ ସରକାରଙ୍କ କ୍ଷତିପୂରଣ ପ୍ରଦାନରେ ତତ୍ପରତା ଉପରେ କଟାକ୍ଷ କରିଛନ୍ତି।
