November 29, 2026

ଲାଲ ଡ଼ୋଲେଶ୍ଵର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାହାଡ଼ଶ୍ରୀଗୀଡା ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

IMG-20261120-WA0351
Share

**ବରଗଡ ତା ୨୦/୧୧ (ସୁରେନ୍ଦ୍ର କଠାର):* ଅଦ୍ୟ ତା ୨୦.୧୧.୨୦୨୬ ରିଖ ଶୁକ୍ରବାର ଦିନ ଅତାବିରା ବ୍ଲକ ଲାଲ ଡ଼ୋଲେଶ୍ଵର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାହାଡ଼ଶ୍ରୀଗୀଡା ରେ *ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା* ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ *ଶ୍ରୀ ସୁଶୀଳ କୁମାର ସେଠ ଙ୍କ ଅଧ୍ୟକ୍ଷତାରେ* ଏହି ମେଳା ଅନୁଷ୍ଠିତ ହୋଇଥିଲା। ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପ୍ରଧାନ ଓ ସୁଶ୍ରୀ ଚାନ୍ଦିନୀ ମାଝୀ ଙ୍କ ତତ୍ତ୍ଵାବଧାନରେ* ଛାତ୍ରଛାତ୍ରୀମାନେ ମୋଟ *୨୩ ଟି ପ୍ରକଳ୍ପ* ପ୍ରଦର୍ଶନ କରିଥିଲେ।କୁନି କୁନି ବୈଜ୍ଞାନିକଙ୍କ ନିଜ ହାତ ତିଆରି ପ୍ରକଳ୍ପ ଦେଖି ସମସ୍ତେ ଖୁସି ହୋଇଯାଇଥିଲେ। ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ବିଜ୍ଞାନର ଦୈନନ୍ଦିନ ବ୍ୟବହାର ଭଳି ବିଷୟ ଉପରେ ପିଲାମାନେ ନିଜର କଳ୍ପନା ଓ ପ୍ରତିଭା ଦେଖାଇଥିଲେ।ପ୍ରକଳ୍ପ ଗୁଡିକୁ ତିଆରି କରିବା ସହ ପ୍ରଦର୍ଶନୀ ରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ବିଶ୍ଵାଳ, ଗୀତାଞ୍ଜଳି ରାଏ* ସମେତ ଶିକ୍ଷକ *ଜୟଦେବ ନାଏକ ଦେବାନନ୍ଦ ସାହୁ*, ଶିଶୁ ସେବିକା *ହରିପ୍ରିୟା ନାଏକ* ଓ ସହାୟିକା *ସୁନିତା ସେଟ* ସହଯୋଗ କରିଥିଲେ।ଏଭଳି ବିଜ୍ଞାନ ମେଳା ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା ସହ ସେମାନଙ୍କ ସୃଜନଶୀଳତାକୁ ଆଗକୁ ନେବ ବୋଲି ପ୍ରଧାନ ଶିକ୍ଷକ କହିଥିଲେ।