June 21, 2026

ଓଡ଼ିଶା ଭିଜିଲାନ୍ସଙ୍କ ଦ୍ୱାରା କୋଟପାଡା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସତ୍ୟନାରାୟଣ ସେଠୀଙ୍କ ୭ଟି ସ୍ଥାନରେ ଚଢ଼ାଉ, ଆୟ ବହିର୍ଭୁତ ସମ୍ପତ୍ତି ଠାବ ..

IMG-20260619-WA0029
Share

 

କୋରାପୁଟ(ହରିଶ କୁମାର ପଟ୍ଟନାୟକ)ଆଜି ତାରିଖ ୧୯.୦୬.୨୦୨୬ ରେ ଶ୍ରୀ ସତ୍ୟନାରାୟଣ ସେଠୀ ସହକାରୀ ନିର୍ବାହୀ ଯନ୍ତ୍ରୀ

(ଏଇଇ)କୋଟପାଡ ବ୍ଲକ ଜିଲ୍ଲା କୋରାପୁଟ ଙ୍କ ବିରୋଧରେ ତାଙ୍କ ଜଣାଶୁଣା ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମୟ କାଳୀନ ଚଢ଼ାଉ କରାଯାଇଛି।

ଏହି ଚଢ଼ାଉରେ ୭ ଜଣ ଡି ଏସ ପି, ୯ ଜଣ ଇନ୍ସପେକ୍ଟର,୧୧ ଜଣ

ଏ ଏସ ଆଇ ଓ ଅନ୍ୟାନ୍ୟ କର୍ମଚାରୀ ମିଳିତ ହୋଇ ନେତୃତ୍ୱ ନେଇଛନ୍ତି। ଏହି ଚଢ଼ାଉ ପାଇଁ ଜୟପୁର ସ୍ଥିତ ମାନ୍ୟବର ବିଶେଷ ନ୍ୟାୟଧୀଶ (ଭିଜିଲାନ୍ସ)ଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହୋଇଛି।

ନିମ୍ନଲିଖିତ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି—

୧. କୋରାପୁଟ ଜିଲ୍ଲା ଜୟପୁର, ପରାବେଡାରେ ଥିବା ଭଡା ଘର।

୨. ଖୋର୍ଦ୍ଧା ଜିଲ୍ଲା ଜଟଣୀ, ମଧିପୁର ମୌଜାର ହାଇ-ଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍ (Flat No. G/B-6-14, Block-B-6, Plot No.132)।

୩. କେନ୍ଦ୍ରାପଡା ଜିଲ୍ଲା, ଡେରାବିଶ ଥାନା ଅଧୀନ ଚନ୍ଦୋଳ ମାର୍ଗରେ ଥିବା ଗ୍ରାମ ଜହାଙ୍ଗରରେ ପୂର୍ବପୁରୁଷ ଘର।

୪. କୋରାପୁଟ ଜିଲ୍ଲା, କୋଟପାଡରେ ଥିବା ସରକାରୀ ଆବାସ।

୫. କୋଟପାଡ, କୋରାପୁଟରେ ଥିବା କାର୍ଯ୍ୟାଳୟ କକ୍ଷ।

୬. ବୋରିଗୁମ୍ମା ତହସିଲ, ତାରାଗାଁ ମୌଜାରେ ଥିବା ଚାଷ ଜମି।

୭. ବୋରିଗୁମା ତହସିଲ, ତାରାଗାଁ ମୌଜାରେ ଥିବା ଅନ୍ୟ ଏକ ଚାଷ ଜମି।

 

ଚଢ଼ାଉ ଚାଲୁ ରହିଛି ଖବର ଲେଖା ହେବା ସମୟରେ ତଦନ୍ତ ଚାଲୁ ରହି ଥିବାରୁ ପରବର୍ତ୍ତୀ ସବିଶେଷ ସୂଚନା ବିଭାଗ ପରେ ଜଣାଇବେ ବୋଲି ଜଣାପଡିଛି।