September 18, 2026

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ୭୬ ତମ ଜନ୍ମ ଦିବସ ପାଳନ କରାଯାଇଛି।

IMG-20260918-WA0016
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ମନ୍ଦିର ପରିସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ୭୬ ତମ ଜନ୍ମ ଦିବସ ପାଳନ କରାଯାଇଛି। ଏହି ଜନ୍ମ ଦିବସ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳମୟ ଜୀବନ କାମନା କରାଯାଇ ସାମୂହିକ ଭାବରେ ଦୁଇ ହଜାର ଏକ ଶହ ଗୋଟି ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବାବେଳେ, କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ଅନାମ ନାଏକ, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ଭବେନ୍ଦ୍ର ପଣ୍ଡା, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବିନ ନିଶା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ମନୋଜ ବେହେରା,ଡିପିଇଓ ରୂପସିଂ ରାଉତଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତଥା ଆଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ, ଆଶାକର୍ମୀ, ସୁଭଦ୍ରା ଭଉଣୀ ମାନେ ସେଠାରେ ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ କାମନା କରି ସାମୂହିକ ଭାବରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ଜନ୍ମ ଦିବସ ପାଳନ କରିଥିଲେ।