November 16, 2026

ଗୁଣୁପୁର ନିର୍ବାଚନ ମଣ୍ଡଳୀର ମନ କି ବାତ ର କର୍ମକର୍ତା ଙ୍କ ନାମ ଘୋଷଣା 

IMG-20240818-WA0007
Share

ରାୟଗଡା :ଆଜି ଗୁଣପୁର ନିର୍ବାଚନ ମଣ୍ଡଳୀର ଡାକ ବଙ୍ଗଳା ଠାରେ  ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଟୀଙ୍କୁ ପଣ୍ଡା ଙ୍କ ନେତୃତ୍ୱରେ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମନ୍ କି ବାତ୍ ର ଜିଲ୍ଲା ସଂଯୋଜକ ରବୀନ୍ଦ୍ର କୁମାର ସେଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଷୟରେ ଆଲୋଚନା କରିଥିଲେ ଏବଂ ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗୋ ଦଳର କେମିତି ସଂଗଠନ ମଜବୁତ୍ କରିବା ପାଇଁ କହିଥିଲେ। ମନ୍ କି ବାତ୍ ର ଜିଲ୍ଲା ସଂଯୋଜକ ରବୀନ୍ଦ୍ର କୁମାର ସେଠୀ ଙ୍କ ଦ୍ଵାରା ଗୁଣପୁର ନିର୍ବାଚନ ମଣ୍ଡଳ ମନ୍ କି ବାତ୍ ର ପଦାଧିକାରୀ ଙ୍କ ନାମ ଘୋଷଣା କଲେ। ଗୁଣପୁର ନିର୍ବାଚନ ମଣ୍ଡଳୀ ର ସଂଯୋଜକ କୀର୍ତ୍ତି କୁମାର ପଣ୍ଡା ସହିତ ଦସ (10)ଗୋଟି ମଣ୍ତଳ ସଂଯୋଜକ ନାମ ଯଥା-ରୋହନ ପଟ୍ଟନାୟକ,K.ଗୌରୀ ଶଙ୍କର, ପ୍ରଦୀପ କୁମାର ପଣ୍ଡା,ଅନନ୍ତ ନାରାୟଣ ଦେଓ,ସମ୍ଭୁ ଗଗେରଙ୍ଗା, ଲଳିତ କୁମାର ଗୌଡ଼,ସଞ୍ଜୀବ କୁମାର ସାହୁ, ରାଜେଶ ଆଚାର୍ଯ୍ୟ,ମାଧବ ଦାସ,ପ୍ରଶାନ୍ତ କୁମାର ସାହୁ ସମସ୍ତ ଙ୍କ ନାମ ଚୟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗୋ, ଜିଲ୍ଲା ଉପ ସଭାପତି ଉଦୟ ନାଥ ପାଢ଼ୀ,ସମସ୍ତ ନଗର ମଣ୍ତଳ ସଭାପତି ,ଯୁବ ମୋର୍ଚ୍ଚା ଏଵଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed