June 18, 2026

ପୁରୀ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୩୦ (ପୁରାତନ) ଟିକରପଡାରେ “ଆମ ଅଙ୍ଗନୱାଡ଼ି କେନ୍ଦ୍ର” କୋର୍ଡ ନଂ ୦୭୯ ର ଶୁଭ ଉଦଘାଟନ ଉତ୍ସବଅନୁଷ୍ଠିତ

IMG-20260618-WA0052
Share

 

ଆଜି ସନ୍ଧ୍ୟା ୦୭ ଘଟିକା ସମୟରେ ଅଙ୍ଗନୱାଡି କେନ୍ଦ୍ର ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ମାନନୀୟ ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ଫଳକ ଉଦ୍ଘାଟନ କରିଥିଲେ, ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କାଉନସିଲର କୃଷ୍ଣଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ସଦାଶିବ ମିଶ୍ର, ଅଧିବକ୍ତା ରଘୁନାଥ ପଟ୍ଟନାୟକ, ପୁରୀ ଜିଲ୍ଲା ଆଇନଜୀବୀ ସଂଘ କାର୍ଯ୍ୟକାରୀ ସଦସ୍ୟ ଦେବାଶିଷ ଦାଶ, ପୂର୍ବତନ କାଉନସିଲର ବିଭୂତିଭୂଷଣ ସେଠୀ, ଦାମୋଦର ସେଠୀ ଓ ଟିକରପଡା ଅଞ୍ଚଳର ମୁରବି ମନେ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ରଥସର୍ମା ପରିଚାଲନା କରିଥିଲେ ଏବଂ ଏହି ମନୋଜ୍ଞ କାର୍ଯ୍ଯକ୍ରମକୁ ବ୍ରଜରାଜ ମହାନ୍ତି ସଂଯୋଜନା କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed