June 14, 2026

ସମ୍ବଲପୁର ଦାନିପାଲି ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରେ କୁଲତା ସମାଜ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

bhub9
Share

ସମ୍ବଲପୁର,
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଶ୍ରୀରାମ ନବମୀ ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଦାନିପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ଶ୍ରୀ ରାମଂକ ବିଗ୍ରହ ଦର୍ଶନ କରିବା ସହିତ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କି ମହାଆଲତୀରେ ସାମିଲ ହୋଇଥିଲେ ମନ୍ଦିର ରେ ୧୦୮ ଦୀପ ପ୍ରଜ୍ବଳନ କରାଯାଇ ଥିଲା।କାର୍ଯ୍ୟକ୍ରମ ରେ ପୁଜକ ନିର୍ମଲ ପ୍ରଧାନ,ବାସୁଦେବ ଭୋଇ, ଦେହୀପ୍ରସାଦ ଭୋଇ ଏବଂ ସୁଦାମ ପ୍ରଧାନ ପ୍ରମୁଖ ପୌରହିତ୍ଯ କରିଥିଲେ । ଏହି ଅବସରରେ କୁଲତା ସମାଜ ପକ୍ଷରୁ ଆୟୋଜିତ ରାମନବମୀ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଅତିଥି ଭାବରେ ସାମିଲ ହୋଇଥିଲେ। ଏହି ଉତ୍ସବରେ କୁଲତା ସମାଜ ସମ୍ବଲପୁରର ସଭାପତି ଯଶୋବନ୍ତୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଳାମାଟି ସରପଞ୍ଚ ତ. ସୁଷମା ସାହୁ , ଭାଜପାର ସମ୍ବଲପୁର ଲୋକସଭା ପ୍ରଭାରୀ ମୁକ୍ତା ସାହୁ ସମ୍ବଲପୁରର ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ
, ଓବିସି ମଞ୍ଚର ରାଜ୍ଯ ସମ୍ପାଦକ ରାଧେଶ୍ୟାମ ପ୍ରଧାନ ,ସାମାଜିକ କର୍ମୀ ଦେବାର୍ଜନ ସାହୁ ମଞ୍ଚାସୀନ
ରହିଥିଲେ। ଏହି ଅବସରରେ କୁଲତା ସମାଜର ସାଧାରଣ ସମ୍ପାଦକ ଦେବତମ ପ୍ରଧାନ ଆଗାମି ଦିନର ଯୋଜନା ବିଷୟ ରେ ଆଲୋକପାତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସମାଜର ବିକାଶ ଦିଗରେ କୁଲତା ସମାଜର ଭୁମିକା କୁ ପ୍ରଶଂସା କରିଥିଲେ। କୁଲତା ସମାଜ ଏକ ସଂଗଠିତ ସମାଜ ଭାବେ ସମାଜର ଅନ୍ନ କଷ୍ଟ କୁ ଦୁର କରି ଆସିଛି । କେନ୍ଦ୍ର ରେ ମନ୍ତ୍ରୀ ଭାବରେ ପଛୁଆ ବର୍ଗର ବିକାଶ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟ ରେ ସୁଚନା ଦେଇଥିଲେ। କାର୍ଯ୍ୟକ୍ରମ କୁ ଭବାନୀ ଶଙ୍କର ଭୋଇ ପରିଚାଲନା କରିଥିଲେ। ଶେଷରେ ଉପସଭାପତି କ୍ରୁପାସିନ୍ଧୁ ଖମାରୀ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ଜଟାଭୁଷଣ ସାହୁ, ଅକ୍ଷୟ ପ୍ରଧାନ, ରଞ୍ଜନ ପାତ୍ର,ଚିନ୍ମୟ ଭୋଇ, ଅଭିରାମ ଖମାରୀ, ପ୍ରେମାନନ୍ଦ ସାହୁ, ଖୀରୋଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।