September 17, 2026

ନଦୀରୁ ଉଦ୍ଧାର ହେଲେ ତିନି ବାଳକ। ଜଣେ ଗୁରୁତର।

IMG-20260917-WA0024
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, କେସିଙ୍ଗା ସହର ନିକଟସ୍ଥ ଜୋଲକୋ ଗ୍ରାମ ନିକଟ ଦେଇ ବୋହି ଯାଇଥିବା ରେତ ନଦୀର ପ୍ରୋଜେକ୍ଟ ବ୍ରିଜ ନିକଟରେ ଗାଧୋଇବାକୁ ଯାଇଥିବା ଜୋଲକୋ ଗ୍ରାମର ତିନି ଜଣ ବାଳକ ବ୍ରିଜ ଉପରୁ ଡେଇଁ ଡେଇଁ ଗାଧୋଇବା ସମୟରେ ହଠାତ ନଦୀର ପ୍ରବଳ ଜଳ ସ୍ରୋତରେ ଭାସିଯାଇ ବ୍ରିଜ ତଳେ ଫସି ଯାଇଥିଲେ ଏବଂ ଚିତ୍କାର କରିଥିଲେ। ସେମାନଙ୍କ ରଡି ଶୁଣି ଆଖ ପାଖରେ ଥିବା ଲୋକେ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଡ କଷ୍ଟରେ ଜଣେ ବାଳକକୁ ଉଦ୍ଧାର କରିପାରିଥିଲେ। ଉଦ୍ଧାର ହୋଇଥିବା ବାଳକ ଜଣକ ଗୁରୁତର ଥିବାରୁ ତାକୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଆଉ ଦୁଇଜଣ ବାଳକ ନଦୀରେ ଫସି ରହିଥିବା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦେଇଥିଲେ ସୁଦ୍ଧା ଅଗ୍ନିଶମ ବିଭାଗର ଗାଡି ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲା।ଏନେଇ ସ୍ଥାୟୀୟ ଅଞ୍ଚଳରେ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା। ଠିକ ସେହି ସମୟରେ କେସିଙ୍ଗା ତହସିଲଦାର କୌଣସି ଜରୁରୀ କାର୍ଯ୍ୟରେ ଯାଉଥିବା ବେଳେ, ଏହି ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ସଙ୍ଗେ ସଙ୍ଗେ କେସିଙ୍ଗା ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୋଲିସ ମଧ୍ୟ ତତ୍ପରତା ଦେଖାଇ ଘଟଣା ସ୍ଥଳରେ ପହଞ୍ଚି ରେସକ୍ୟୁ ଟିମ ସହ ମିଶି ନଦୀରେ ଫସି ରହିଥିବା ଅନ୍ୟ ଦୁଇ ଜଣ ବାଳକଙ୍କୁ ବଡ କଷ୍ଟରେ ଉଦ୍ଧାର କରିବା ସହ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଗୁରୁତର ଅବସ୍ଥାରେ ପୂର୍ବରୁ ଉଦ୍ଧାର ହୋଇଥିବା ବାଳକର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହେବାରୁ ତାକୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣ ବାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ନେଇ କେସିଙ୍ଗା ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଛି। ଏଥିସହ ପୋଲିସ ତରଫରୁ ଗ୍ରାମବାସୀଙ୍କୁ ଭବିଷ୍ୟତରେ ଏପରି ଘଟଣା ଯେପରି ଆଉ ଥରେ ନଘଟେ ସେନେଇ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।