June 15, 2026

ପାନୀୟ ଜଳ ଯୋଗାଣରେ ଅବହେଳା ନେଇ ତାତିଲେ ମହିଳା….

han
Share

ବୋଲଗଡ,(ଉପାନ୍ତ ଖବର) ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପୁର ଗ୍ରାମର ବଣିଆ ସାହିରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବା ପ୍ରତିବାଦରେ ସାହିର ପ୍ରତ୍ୟେକ ପରିବାରର ମହିଳା ମାନେ ଗରା, ବାଲ୍ଟି ଧରି ସଂଘବଧ ଭାବେ ଖଙ୍ଗୁରିଆ ପଞ୍ଚାୟତ ସରପଞ୍ଚ ଜଳଧର ମହାନ୍ତିଙ୍କ ଦ୍ଵାର ସମ୍ମୁଖରେ ନାରାବାଜି କରିଥଲେ। ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣରେ ବ୍ୟତିକ୍ରମ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଏ ନେଇ କିଛିଦିନ ତଳେ ସ୍ଥାନୀୟ ଲୋକଙ୍କ ପାନୀୟ ଜଳର ଅଭାବ ନେଇ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା।ଏହି ଘଟଣାରେ ବିଭାଗୀୟ ଅଧିକାରୀ ନାମକୁ ମାତ୍ର ପରିଦର୍ଶନ କରି କାର୍ଯ୍ଯ ଶେଷ କରିଦେଲେ
। ପାନୀୟ ଜଳର ଉତ୍କଟ ଅଭାବ ନେଇ ଅଭିଯୋଗ ପରେ ବିଳମ୍ବ ଯୋଗୁଁ ମଙ୍ଗଳବାର ଦିନ ସାହିର ମହିଳା ମାନେ ଗରା ,ବାଲ୍ଟି ଧରି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଗୃହ ଠାରେ ପ୍ରତିବାଦ କରିବା ସହିତ ତାଲା ପକାଇଅଛନ୍ତି। ପାନୀୟ ଜଳ ସମସ୍ୟା ଦୂର ନ ହେବା ପର୍ଯ୍ୟନ୍ତ ତାଲା ଝୁଲି ରହିବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଅଛନ୍ତି।ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ କହିଲେ ମୁଁ ବିଭିଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ କଥା ହୋଇଛି ଓ ବେନିୟମ ଭାବେ ଘରକୁ ସଂଯୋଗ କରିବା ସମସ୍ୟା ଦୂର ପାଇଁ ଗ୍ରାମବାସୀଙ୍କ ମିଳିତ ଆଲୋଚନାରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରକାଶ କରିଅଛନ୍ତି। ସଂପୁର ଗ୍ରାମବାସୀଙ୍କ ଦାବି ଅନୁଯାୟୀ ,ଦିନକୁ ୨ ଥର ଜଳ ଯୋଗାଣ,ନିୟମ ଅନୁଯାୟୀ ବ୍ଲିଚିଙ୍ଗି ପକାଇବା,ପାଣି ଟାଙ୍କି ସଫା କରିବା, ବେନିୟମ ଭାବେ ଘରକୁ ସଂଯୋଗ ବିଚ୍ଛିନ୍ନ କରିବା,ଲୋକଙ୍କ ଆବଶ୍ୟକ ଅନୁଯାୟୀ ନୂତନ ଟ୍ୟାପି ସ୍ଥାପନ କରିବା ଆଦି ଦାବି ରହିଛି।ଏଥି ପ୍ରତି ରାଜ୍ୟ ସରକାର,ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦୃଢ଼ ଦାବି କରିଅଛନ୍ତି। ବୋଲଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ପାଣି ଟାଙ୍କିରେ ବ୍ଲିଚିଙ୍ଗ ପଡୁନାହିଁ କି ପାଣି ଟାଙ୍କି କୁ ସଫାକରାଯାଉନାହିଁ l ଯାହାଫଳରେ ସାଧାରଣଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି l ବ୍ଲକସ୍ତରୀୟ ବିଭାଗୀୟ କନିଷ୍ଠଯନ୍ତ୍ରୀ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି l ଖରାଦିନେ କୌଣସି ଗ୍ରାମର ଜଳର କଣ ସମସ୍ୟା ରହିଛି ତାହାକୁ ମଧ୍ୟ ତଦାରଖ କରୁନାହାନ୍ତି l ବିଗତ ଦିନରେ ରାସୋଳ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଥିବା l ଏଥିପ୍ରତି ଦୃଷ୍ଟି ଦେଇ ଖରାଦିନର ଜଳ ସମସ୍ୟା କୁ ସମାଧାନ କରିବା ପାଇଁ ଜନସାଧାରଣମାନେ ଦୃଢ଼ ଦାବୀ କରିଛନ୍ତି l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)