November 18, 2026

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ…

IMG-20261116-WA0075
Share

ପାରଳାଖେମୁଣ୍ଡି:୧୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ସୋମବାର ଉପଲକ୍ଷେ ବ୍ରହ୍ମପୁର ସହରର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହାସହ ବାବା ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ “ଅନ୍ନଯଜ୍ଞ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ସୋମବାର ଅବସରରେ ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କୁ ପ୍ରାୟ ଚାଳିଶି ହଜାରରୁ ଉର୍ଦ୍ଧ ଭକ୍ତ ଦର୍ଶନ କରିଥିବା ବେଳେ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ “ଅନ୍ନଯଜ୍ଞ” ରେ ପ୍ରାୟ ନଅ ହଜାରରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ବ୍ରହ୍ମପୁର ସହରର ଶ୍ରଦ୍ଧା ଫାଉଣ୍ଡେସନ୍, ସତ୍ୟସାଇ ସେବା ସମିତି ଏବଂ ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଆଜିର ଏହି “ଅନ୍ନଯଜ୍ଞ କାର୍ଯ୍ୟକ୍ରମରେ” ସହଯୋଗ କରିଥିଲେ ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରରେ ପ୍ରବଳ ଜନସମାଗମକୁ ହେଉଥିବାରୁ ସେମାନଙ୍କ ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଆଜି ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ବ୍ରହ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କ ଦର୍ଶନ କରି ଆଶିର୍ବାଦ ନେବା ସହ “ଅନ୍ନଯଜ୍ଞ” କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ । ଏହି ସାମୟିକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ଜଗଦୀଶ ପାଣିଗ୍ରାହୀ,ସଭାପତି କାଳୀକିଙ୍କର ପାତ୍ର,ସମ୍ପାଦକ ଦାସରଥି ବେହେରା,ବି ପ୍ରଶାନ୍ତ ପାତ୍ର,ଦାମୋଦର ପାଣିଗ୍ରାହୀ,ଅଜୟ କୁମାର ଦଳେଇ,ରବିନ୍ଦ୍ର ସାହୁ,ଜଗନ୍ନାଥ ପଣ୍ଡା,ସଦାନନ୍ଦ ସେନାପତି,ମନୋଜ ପଣ୍ଡା,ବିପ୍ରଚରଣ ଦଳେଇ,କୁମାର ବେହେରା,ଏସ୍ ଦଣ୍ଡପାଣି,କେଦାର ପାଣିଗ୍ରାହୀ,ସଦାଶିବ ପାତ୍ର,ଖଲି ସାହୁ,ସନ୍ୟାସୀ ନାୟକ,ସିଏଚ ଶ୍ରୀନିବାସ,ସୁଶିଲ ପାତ୍ର,ବି ନାନୀ,କେ ହରି ନାରାୟଣ ସୁବୁଦ୍ଧି,ବିକ୍ରମ ବେହେରା,କୃଷ୍ଣ ଚନ୍ଦ୍ର ସେନାପତି,ଭୈରବ ସ୍ୱାଇଁ,ସୁଦର୍ଶନ ସେଠୀ,ଦଣ୍ଡପାଣି ସାହୁ,ବୀରଭଦ୍ର ରାଓ,ମୋହନ ଚନ୍ଦ୍ର ସ୍ବାଇଁ,ଜି ମହେଶ ରାଓ,ପ୍ରମୋଦ ସେଠୀ,ସୁନିଲ କୁମାର ସାହୁ,ଅଶ୍ୱିନୀ ପଟ୍ଟନାୟକ,ପ୍ରଫୁଲ୍ଲ ଚନ୍ଦ୍ର ବେହେରା,ଗୋପାଳ କୃଷ୍ଣ ପାଣିଗ୍ରାହୀ, ମନ୍ଦିର ପୂଜାରୀ ଚନ୍ଦ୍ରଶେଖର ପ୍ରତିନିଧି,ନାରାୟଣ ପ୍ରତିନିଧି,କୃଷ୍ଣ ପ୍ରତିନିଧି,ମୁକେଶ ରାଉଳ,ଶିବା ରାଉଳ,କୈଳାସ ଚନ୍ଦ୍ର ରାଉଳ,ସୀମାଞ୍ଚଳ ରାଉଳ,ଦିନେଶ ରାଉଳ,ମହେଶ ରାଉଳ,ଶଙ୍କର ରାଉଳ ପ୍ରମୁଖଙ୍କ ସମେତ ମହାଦେବଙ୍କ ଭକ୍ତ ସହଯୋଗୀ ସଭ୍ୟ ସହଯୋଗ କରିଥିଲେ ।

You may have missed