June 18, 2026

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

IMG-20231016-WA0014
Share

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ବେଲଗୁଣ୍ଠା, 16/10, ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସମାଜସେବୀ ରବୀନ୍ଦ୍ର ନାଥ ଚୌଧୁରୀଙ୍କର ଆଜି 62 ବର୍ଷ ବୟସରେ ପରଲୋକ ଘଟିଛି I ରବୀନ୍ଦ୍ର କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ I ଆଜି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଭାଇ ସୁରେନ୍ଦ୍ର, ଦେବେନ୍ଦ୍ର, ପୁଅ ପପୁ, ଲୋକନାଥ, ଭଉଣୀ ରଞ୍ଜୁ,ପୂର୍ଣ୍ଣବାସୀ,ଉରି,ଭିଣୋଇ ଗୋବିନ୍ଦ, ତ୍ରିନାଥ, ଝିଅ ମିନତୀ, ଜ୍ୱାଇଁ ସନ୍ତୋଷ,ରବୀନ୍ଦ୍ର,ପୁତୁରା ବସନ୍ତ,ଶିବରାମ,ପୁତୁରା ବୋହୂ ସାଗରୀକା, ଝିଆରୀ ଲିଲି ,ନାତି କାହ୍ନା, ନାତୁଣି ଶ୍ରୀୟା,ପାପୂନୀ,ଭଣଜା ଧୀର ଶ,ଟିଙ୍ଗିରିଙ୍କ ସମେତ ରିତା, ମିତା, ନମିତା ଓ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ରବୀନ୍ଦ୍ର ଜଣେ ମିଷ୍ଟଭାଷୀ ଏବଂ ପରୋପକାରୀ ତଥା ଧର୍ମପରାୟଣା ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I ତାଙ୍କ ମୃତ୍ୟୁ ଖବର ଶୁଣି କାଉନସିଲର ପ୍ରତିନିଧି ରଞ୍ଜିତ କୁମାର ସାମଲ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ଗ୍ରାମ ଶ୍ମଶାନରେ ରବୀନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ପପୁ ମୁଖାଗ୍ନି ଦେଇଥିଲେ I

ଫଟୋ.            ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ