September 16, 2026

ରାସନଠୁ ପନିପରିବା ଯାଏଁ ମହଙ୍ଗା ମାଡ଼, ହନ୍ତସନ୍ତ ଖାଉଟି

IMG-20260916-WA0095
Share

 

ବୋଲଗଡ଼, ୧୬/୯ (ଉପାନ୍ତ ଖବର):ବୋଲଗଡ଼ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଦିନକୁ ଦିନ ବଢୁଛି। ରାସନ ସାମଗ୍ରୀ, ଡାଲି, ତେଲ, ମସଲାଠୁ ଆରମ୍ଭ କରି ଆଳୁ, ପିଆଜ, ଟମାଟୋ, ବାଇଗଣ, ଭେଣ୍ଡି ପର୍ଯ୍ୟନ୍ତ ସବୁର ଦର ବଢିଥିବାରୁ ମଧ୍ୟବିତ୍ତ ଓ ଗରିବ ପରିବାର ହନ୍ତସନ୍ତ। ଗୋଟିଏ ବଜାରରେ ଗୋଟିଏ ଦର, ଅନ୍ୟ ବଜାରରେ ଅନ୍ୟ ଦର। ମୂଲ୍ୟ ନିୟନ୍ତ୍ରଣ ଓ ଯାଞ୍ଚ ଅଭାବରୁ ବ୍ୟବସାୟୀ ମନମୁଖୀ ଦର ନେଉଥିବା ଅଭିଯୋଗ। ଘର ଖର୍ଚ୍ଚ ବଢ଼ିଯିବାରୁ ଲୋକେ ସାମଗ୍ରୀ କିଣାରେ କାଟଛାଟ କରୁଛନ୍ତି। ତେଣୁ ବଜାରରେ ନିୟମିତ ଦର ଯାଞ୍ଚ, ମୂଲ୍ୟ ତାଲିକା ପ୍ରଦର୍ଶନ ଓ ଅନିୟମିତତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଖାଉଟି ଦାବି କରିଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed