November 18, 2026

ବିଛିନାଞ୍ଚଳ ରେ ମାଉଲିକୋଟ ମନ୍ଦିର ଯାତ୍ରା ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତା

IMG-20250416-WA0013
Share

 

 

 

 

କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତର୍ଲା ଗ୍ରାମପଞ୍ଚାୟତ ରେ ଥିବା ବିଛିନାଞ୍ଚଳ ରେ ଥିବା ଫଟକିକୁମ୍ବି ଗ୍ରାମରେ ମାଉଲିକୋଟ ମନ୍ଦିର ରେ ଯାତ୍ରା ମହା ଆଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି. କୋଟପାଡ଼ ଓ କୁନ୍ଦ୍ରା ବ୍ଲକର ସତାଧିକ ଭକ୍ତ ମା ମାଉଲି ଙ୍କ ଆଶ୍ରିବାଦ କୃପା ଲାଭ କରିବା ପାଇଁ ଯୋଗ ଦେଇ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ. ପୂର୍ବତନ କାଉନ ସିଲର ଦେବି ପ୍ରସାଦ ନାୟକ. ନରେନ୍ଦ୍ର ମାଝୀ ଯୁବ କଂଗ୍ରେସ ନେତା କାଳି କୃଷ୍ଣ ହୋତା ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିବାର ଜଣା ଯାଇଛି.ରାମସାଇ ଦିଶାରୀ. ବୁଦ୍ରୁ ସିରା. ଜଗନ୍ନାଥ ଗୌଡ଼. ରାମଚନ୍ଦ୍ର ଦୁରୁଆ. ଉଦୟ ଦୁରୁଆ. ରାମସାଇ ଦୁରୁଆ, ଗଣପତି ପୂଜାରୀ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଦୁରୁଆ. ୱାର୍ଡ ସଭ୍ୟ ରାମ ଭୂମିଆ ଏହି ଯାତ୍ରା ପରିଚାଳନା କରିଥିବା ଜଣାଯାଇଛି I ପ୍ରତି ବର୍ଷ ବୈଶାଖ ମାସ ରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ମନ୍ଦିର ପୂଜାରୀ ସୂଚନା ଦେଇଛନ୍ତି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I

You may have missed