June 15, 2026

ମରୁଡ଼ି ଘୋଷଣା ଦାବୀରେ- ଜିଲ୍ଲାପାଳଙ୍କୁ ଚାଷୀଙ୍କ ପକ୍ଷରୁ ଦାବୀପତ୍ର।

5e70fb4f-946f-4e37-8a9e-1b39e88d319b
Share

ବୋଲଗଡ଼୧୫/୧୧(ଉପାନ୍ତ ଓଡିଶା) ମୌସୁମୀର ଲୁଚ କାଳୀ ଖେଳ ଚାଷୀଙ୍କ ପାଇଁ ସାଜିଛି କାଳ l ଯାହାଫଳରେ ଚାଷୀମାନଙ୍କର ସୁନାର ଫସଲ ଜଳିବା ସହିତ ଜମି ଫାଟି ଆଁ କରିଛି l ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଗେଡିଆପଲ୍ଲୀ ଗ୍ରାମପଞ୍ଚାୟତରେ ଦୃଶ୍ୟମାନ ହୋଇଛି l ଗେଡିଆପଲ୍ଲୀ ଅଂଚଳ ପାହାଡିଆ ଓ ନିପାଣିଆ ଅଂଚଳ ଭାବେଖୋର୍ଦ୍ଧା ଜିଲ୍ଲାରେ ପରିଚିତ।ଏହି ପଞ୍ଚାୟତ ଅଂଚଳରେ ଜଳସେଚନର କୌଣସି ସୁବିଧା ନାହିଁ।ଫଳତଃ ଅଂଚଳଟି ଚାଷ ଜମିର ଫସଲ ଅମଳ ପାଇଁ ଚାଷୀ ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।ଚଳିତ ବର୍ଷ ସେପ୍ଟେମ୍ବର ମାସ ଠାରୁ ନଭେମ୍ବର ପ୍ରଥମ
ସପ୍ତାହ ପର୍ଯ୍ୟନ୍ତ ବର୍ଷା ହୋଇନାହିଁ।ଧାନ ଫସଲ ଜମି ଫାଟି ଆଁ କରିବା ସହ ଧାନ ଗଛ ଜଳି ଯାଇଛି।ଫଳ ସ୍ୱରୂପ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇ ଥିବାରେ ଚାଷ ପାଇଁ କରିଥିବା ଋଣ କିପରି ସୁଝିବ ସେହି ଚିନ୍ତାରେ ଚାଷୀ ସମ୍ପୂର୍ଣ୍ଣ ଭାବେ ଦୋହଲି ପଡିଛନ୍ତି l ଧାନଫସଲରେ ପାଣି ମଡ଼ାଇବା ପାଇଁ ଚେଷ୍ଟା କରୁଥିବାବେଳେ ପୋଖରୀନିଲାମ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ନେଇଥିବାରୁ ସେମାନେ ପୋଖରୀରୁ ପାଣି ନେବା ପାଇଁ ବାରଣ କରୁଅଛନ୍ତି l ଏହି ଗ୍ରାମପଞ୍ଚାୟତର ସମସ୍ତ ଲୋକ ଚାଷ ଉପରେ ନିର୍ଭରଶିଳ ହୋଇ ପରିବାର ପ୍ରତିପୋଷଣ କରିବା ସହିତ ପିଲାମାନଙ୍କୁ ପାଠ ପଢ଼େଇଥାନ୍ତି l ଚାଷ ପାଇଁ ଆଣିଥିବା ବିଭିନ୍ନ କରଜ ଟଙ୍କା ଏବଂ ସମବାୟବ୍ୟାଙ୍କ ରୁ ଆଣିଥିବା ଋଣ ପରିଶୋଧ କରିବା ପାଇଁ ବର୍ଷାର କରାଳ ପରିସ୍ଥିତି ଯୋଗୁଁ ଚାଷ ନଷ୍ଟ ହୋଇଯାଇଛି l ତେଣୁ ଚାଷୀମାନେ ଋଣ ପରିଶୋଧ କରିବେ ସେ ଚିନ୍ତାରେ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି l ଆଜି ଗେଡିଆପଲ୍ଲୀ ଗ୍ରାମପଞ୍ଚାୟତର ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଆକାରରେ ଦାବୀପତ୍ର ପ୍ରଦାନ କରିଅଛନ୍ତି l ଗେଡି଼ପଲ୍ଲୀ ଅଞ୍ଚଳ କୁ ମରୁଡି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ଚାଷୀମାନେ ନିବେଦନ କରିଅଛନ୍ତି l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।