ଖୁଣ୍ଟୁଲପାଲି ଶିଶୁ ମନ୍ଦିରରେ ଶିଶୁ ଦିବସ ଓ ବାଳ ଶିବିର ପାଳିତ
***ବରଗଡ, ୧୪/୧୧ (ସୁରେନ୍ଦ୍ର କଠାର):* ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଦିନ ଶିଶୁ ଦିବସ ଓ ବାଳ ଶିବିର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟୀର ସଭାପତି ଶ୍ରୀ ସୁରେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ପୁରୋହିତ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭୋଜରାଜ ଦୁଆନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଚାଳନା କମିଟି ଉପସଭାପତି ଶ୍ରୀ ପ୍ରକାଶ ପୁରୋହିତ, କୋଷାଧ୍ୟକ୍ଷ ଶ୍ରୀ ଗଜାନନ ବନଛୁର, ସହ ସମ୍ପାଦକ ଶ୍ରୀ ଦାମୋଦର ବେହେରା, ସଦସ୍ୟା ଶ୍ରୀମତୀ ପ୍ରମୋଦିନୀ ପଣ୍ଡା ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ।ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ସାଲାଟ, ନାଚ, ଗୀତ, ଚିତ୍ରାଙ୍କନ, ମ୍ୟାଜିକ୍ ଚୌକି, ରଙ୍ଗୋଲି ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ, ଶିଶୁମାନେ ହିଁ ଦେଶର ଭବିଷ୍ୟତ। ପିଲାଦିନରୁ ସଂସ୍କାର, ଶୃଙ୍ଖଳା ଓ ଦେଶପ୍ରେମ ଶିଖିଲେ ସେମାନେ ଆଗାମୀ ଦିନରେ ଭଲ ମଣିଷ ହୋଇ ସମାଜର ସେବା କରିପାରିବେ।ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁମା, ଗୁରୁଜୀ, କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ଆଚାର୍ଯ୍ୟ ଶ୍ରୀ ନିରଞ୍ଜନ ପଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
