June 15, 2026

ସମ୍ବଲପୁରୀ ଚଉତିଶା ମାଲା ପୁସ୍ତକ ଉନ୍ମୋଚନ

IMG-20241114-WA0006
Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ) ବୁଧୁବାର ସଂଧ୍ୟା ୬ ଘଣ୍ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବିଶିଷ୍ଟ କଳାକାର ତଥା କବି କୃଷ୍ନାଲିନ୍ କମଳ ଲୋଚନ ପଣ୍ଡା ଙ୍କ ରଚିତ ସମ୍ବଲପୁରୀ ଚଉତିଶା ମାଲା ପୁସ୍ତକ ବିଶିଷ୍ଟ ଶିକ୍ଷାବିତ୍ ,ଗବେଷକ ତଥା ଅବସର ପ୍ରାପ୍ତ ଅଧ୍ୟାପକ ଡଃ ଶ୍ୟାମସୁନ୍ଦର ଧରଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଡଃ ଧର କହିଲେ ଯେ ଏହି ପ୍ରକାର ର ସମ୍ବଲପୁରୀ ପୁସ୍ତକ ପ୍ରକାଶ ଦ୍ବାରା ସମ୍ବଲପୁରୀ ଭାଷା ସାହିତ୍ୟ ର ପ୍ରଚାର ଓ ପ୍ରସାର ହୋଇପାରିବ। ଏହି ସଭାର ସମ୍ମାନିତ ଅତିଥି ମୁକ୍ତକଣ୍ଠ ପ୍ରଧାନ କବିଙ୍କର ଭୂୟସୀ ପ୍ରଶଂସା କରି କହିଲେ ଯେ ଏହି ପୁସ୍ତକ ଏକ ଗୀତିକବିତା ଢ଼ଙ୍ଗରେ ଲେଖା ଯାଇଥିବାରୁ ସହରରୁ ଗ୍ରାମୀଣ ଲୋକ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଗ୍ରହଣୀୟ ହେବ। ଏହି ସଭାକୁ ଅଧ୍ୟାପକ ଗୋବିନ୍ଦ ମହାରଣା ସଂଯୋଜନା କରିଥିଲେ। ନିଜେ କବି କୃଷ୍ନାଲିନ କମଳ ଲୋଚନ ପଣ୍ଡା ସମସ୍ତଙ୍କୁ ସହୃଦୟତାର ସହିତ ସ୍ବାଗତ କରିଥିଲେ ଏବଂ କୃତଜ୍ଞତା ଜଣାଇଥିଲେ। ଏହାପରେ ପରେ କବି ଲଳିତ ମୋହନ ବେବର୍ତ୍ତା ଙ୍କ ସଂଯୋଜନା ରେ ଏକ ମନୋଜ୍ଞ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ପଙ୍କଜିନି ନାୟକ, ପ୍ରଦୀପ ଯୋଶୀ, ବିଭୂତି ଭୂଷଣ ମିଶ୍ର, କାହ୍ନୁ କେଶବ ବୋହିଦର୍, ଜୟକୃଷ୍ଣ ବେହେରା, ବବଲୁ ବାଗ , ରମଣୀକାନ୍ତ ସାହୁ, ଏମଡି ନିଶାର ପ୍ରମୁଖ ସ୍ବରଚିତ କବିତା ମାନ ପାଠ କରିଥିଲେ। ଏହି ଉତ୍ସବ ରେ ବିପ୍ଳବ ଡନସନା, ପ୍ରଦ୍ୟୋତ ପଟ୍ଟନାୟକ, ରମେଶ ମିର୍ଦ୍ଧା, ସଞ୍ଜୟ ବାବୁ, ଗୁନରଞ୍ଜନ ସାଲିମା, କୃଷ୍ଣ ଚନ୍ଦ୍ର ବାଗ, ଘୁନୁ ପାଢ଼ୀ ପ୍ରମୁଖ ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଥିଲେ।