June 13, 2026

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଲାତୁରୁଗଡ ବନ୍ଧ ଭାଙ୍ଗି ହୋଇଥିବା ଫସଲ କ୍ଷତିକୁ ପାରଳାଖେମୁଣ୍ଡି ବିଧାୟକ ଅନୁଧ୍ୟାନ କଲେ            

IMG-20251113-WA0035
Share

 

ପାରଳାଖେମୁଣ୍ଡି:୧୩/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ଅନ୍ତର୍ଗତ ଲାତୁରଗଡ ଗ୍ରାମର ଦୁଲୁଦୂଲୁ ବନ୍ଧ ଭାଙ୍ଗି ଧାନ ଓ ବିଭିନ୍ନ ଫସଲ ସମ୍ପୂର୍ଣ ଭାବେ କ୍ଷତି ହୋଇଥିବା ଖବର ପାଇ ସେ ସ୍ଥାନକୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପହଞ୍ଚି କ୍ଷତି ହେଉଥିବା ଜମି ଗୁଡ଼ିକ ବୁଲି ଦେଖିଥିଲେ, ସେଠିକାର ଚାଷୀମାନେ ଆସି ବିଧାୟକଙ୍କୁ କ୍ଷତି ହୋଇଥିବା ଫସଲ ବିଷୟରେ ଅବଗତ କରିବା ସହ ଲିଖିତ ଭାବେ ଜଣାଇଥିଲେ. ବିଧାୟକ ଏହି ଘଟଣା ନେଇ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ପଦେକ୍ଷପ ନେବେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି.

You may have missed