June 13, 2026
ajiro khabar
Share

 

 

୧-ଆଜି ସଜବାଜ, ଆସନ୍ତାକାଲି ପହିଲି ରଜ।ପାର୍ଲରେ ଲାଗିଲାଣି ଗହଳି। ସପୁରୀ, ଆମ୍ବ ଓ ପଣସ ଦୋକାନରେ ଭିଡ । ପୋଡ଼ପିଠା,ଚକୁଳି ଓ ଇଟଲି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ‌।

 

୨-ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଓଡ଼ିଶାରେ ପ୍ରବେଶ,ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରୁ ଲୋକମାନେ ଆଶ୍ୱସ୍ତ।

 

୩-ବଲାଙ୍ଗୀର:ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିର ପ୍ରଶାସନର ସରିଲା ପ୍ରସ୍ତୁତି ବୈଠକ।

 

୪-ଭୁବନେଶ୍ୱର:ଆଜିଠାରୁ ଆରମ୍ଭ ହେବ ଅନ୍ନପୂର୍ଣ୍ଣା ଯୋଜନା,୩କୋଟି ୨୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ମୁଣ୍ଡପିଛା ୧୦ କେଜି ଚାଉଳ ପାଇବେ ହିତାଧିକାରୀ

 

୫-ଭୁବନେଶ୍ୱର:ଏକାମ୍ର ପାର୍କରୁ ସାଲିଆ ସାହି ଦେଇ ଅନ୍ଧାରୁଆ ରାସ୍ତା ଉଦଘାଟିତ।ସିଆରପି ଛକରୁ ସିଧା ପଟିଆ ଯିବା ଏହା ପ୍ରମୁଖ ବାଟ ହେବ।

 

୬-ବ୍ରହ୍ମପୁର:ଜୀବନ ଯୁଦ୍ଧରେ ହାରିଗଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ, ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା।

 

୭-ଦେଶରେ ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ସବୁ କିଛି ହୋଇଛି ମହଙ୍ଗା।

 

୮-ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ: ମୋହନ କହିଲେ ଦୁଇ ବର୍ଷରେ ହୋଇଛି ୧୨୧ ନୂଆ ଯୋଜନା।

 

୯-ଜଗତସିଂହପୁର ମେଡିକାଲ କଲେଜ ପାଇଁ ବଡ଼ ପଦକ୍ଷେପ।ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

 

୧୦-ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ, ମନ ଇଚ୍ଛା ଦରମା କାଟିବାକୁ ବିରୋଧ।

 

୧୧-ଭୁବନେଶ୍ୱର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ମୟୂରଭଞ୍ଜରୁ ବୟଫ୍ରେଣ୍ଡଙ୍କୁ ବାନ୍ଧିଲା ପୋଲିସ।

 

୧୨-ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, କାର୍ଯ୍ୟସୂଚୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

 

୧୩-ଛତିଶଗଡ଼:କୋଚିଂ ବିନା ୧୯ ସରକାରୀ ପରୀକ୍ଷାରେ ପାସ୍, ରାଷ୍ଟ୍ରପତି ସମ୍ମାନ ପାଇବେ ଚାରୁ ପାଣ୍ଡେ।

 

୧୪-ଧର୍ମଶାଳା:ଧର୍ମଶାଳାରେ ବର୍ଷାର କଳା ବାଦଲ, ବାତିଲ ହୋଇପାରେ ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ମ୍ୟାଚ୍।

 

୧୫-ଅନ୍ତର୍ଜାତୀୟ କ୍ରିକେଟରୁ କେନ ୱିଲିୟମସନଙ୍କ ଅବସର ଘୋଷଣା, ନ୍ୟୁଜିଲାଣ୍ଡ କ୍ରିକେଟରେ ଏକ ଯୁଗର ଅନ୍ତ ହେଲା।

 

୧୬-ନିଟ୍ ପରୀକ୍ଷା ସମୟ ୧୫ ମିନିଟ୍ ବଢ଼ିଲା,ରଫ୍ ଓ୍ବାର୍କ ଲାଗି ଯୋଡ଼ା ଗଲା ଅତିରିକ୍ତ ୨ ଫର୍ଦ।

 

୧୭-କାଲି ସନ୍ଧ୍ୟାରୁ ସାରା ଦେଶରେ ଫେସବୁକ୍ ,ଇନଷ୍ଟା ଅଚଳ ; ମେସେଞ୍ଜର ବି କାମ କରୁନି।

 

୧୮-ନୂଆ ଦିଲ୍ଲୀ:ପଞ୍ଚାୟତ ଭୋଟର୍ ତାଲିକାରେ ନାହିଁ ସ୍ମୃତି ଇରାନୀଙ୍କ ନାମ, ମାଜିଷ୍ଟ୍ରେଟ୍ କହିଲେ ଚାଲିଛି ଯାଞ୍ଚ।

 

୧୯-ମୁମ୍ବାଇ:LIC ବିରୋଧରେ ଜଣେ ମାଆ କୋର୍ଟରେ ଲଢିଲେ ଦୀର୍ଘ ୧୨ ବର୍ଷ ଲଢେଇ, ଶେଷରେ ଜିତିଲେ କୋଟିଏ ୨୬ଲକ୍ଷ ଟଙ୍କା।

 

୨୦-ଅଲିପୁର:ପଶ୍ଚିମବଙ୍ଗ ସରକାରୀ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪୦୦୦ରୁ ଅଧିକ EVM।

 

୨୧-‘ଭାରତୀୟ ଜାହାଜ ଉପରେ ଆମେରିକା ନୁହେଁ, ଇରାନ କରିଛି ଆକ୍ରମଣ’-ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ।

 

୨୨-ଖୋଲିବ ହର୍ମୁଜ, ରବିବାର ଜେନେଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା।