September 29, 2026

ଜୟପୁର ଜଗନ୍ନାଥ ସାଗରରେ ମୃତଦେହ, ଚାଞ୍ଚଲ୍ୟ

IMG-20260812-WA0021
Share

ଜୟପୁର: ଜୟପୁର ସହରସ୍ଥିତ ଜଗନ୍ନାଥ ସାଗର ପୋଖରୀରୁ ବୁଧବାର ସକାଳୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଖରୀରେ ମୃତଦେହ ଭାସୁଥିବା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଜୟପୁର ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ସହଯୋଗରେ ପୋଖରୀରୁ ମୃତଦେହକୁ ଉଦ୍ଧାର କରାଯାଇଛି।

ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଜୟପୁର ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି।(ଗୁପ୍ତେଶ୍ଵର ରଥ କୋରାପୁଟ)

You may have missed