June 14, 2026
IMG-20230411-WA0025
Share

ବୁଗୁଡ଼ା : ତା ୧୧/୦୪/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଛକରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ କରିଥିବା ବେଳେ ଦୋକାନ ପଛ ପଟୁ ସିଲ ଭାଙ୍ଗି ମଦ ବେପାର କରୁଥିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ ଜିଲ୍ଲା ରାଜ ପାଟଣା ଅଞ୍ଚଳର ବବ୍ରୁ ମହାପାତ୍ର l କରସିଙ୍ଗି ବିଦେଶୀ ମଦ ଦୋକାନ ସନ୍ତୋଷ ବେହେରାଙ୍କ ନାମରେ ରହିଥିବା ବେଳେ ସେ ଦୋକାନ ଦାୟିତ୍ୱ ନୟାଗଡ ଜିଲ୍ଲା ରାଜ ପାଟଣା ଅଞ୍ଚଳର ନବ କିଶୋର ମହାପାତ୍ରଙ୍କୁ ଦେଇଥିଲେ l ଉକ୍ତ ଦୋକାନ ପାଇଁ ମିଳିଥିବା ସରକାରୀ ଅନୁମତିର ସମୟ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଲାଇସେନ୍ସ ରିନ୍ୟୁ ହୋଇ ନଥିବାରୁ ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଦେବସ୍ମିତା ନାୟକ ଉକ୍ତ ମଦ ଦୋକାନକୁ ଗତ ୨ ତାରିଖରେ ସିଲ କରିଥିଲେ l ତେବେ ଉକ୍ତ ଦୋକାନର ପଛପଟୁ ସିଲ ଖୋଲି ମଦ ବିକ୍ରି ହେଉଥିବା ଅଭିଯୋଗ ପାଇବା ପରେ ବୁଗୁଡ଼ା ପୋଲିସ ଉକ୍ତ ଦୋକାନ ଉପରେ ଚଡାଉ କରିବା ସହ ନବ କିଶୋର ମହାପାତ୍ରଙ୍କ ପୁଅ ବବ୍ରୁକୁ ଧରି ସେଠାରୁ ୫୬ ଲିଟର ବିଦେଶୀ ମଦ ଜବତ କରିଥିଲl । ଏ ନେଇ ପୋଲିସ କେସ୍ ନଂ ୨୩୫/୨୩ରେ ଏକ ମାମଲା ରୁଜୁ କରି ବବ୍ରୁକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।