ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷର ମେଗା ରକ୍ତଦାନ ଶିବିର- 106 ୟୁନିଟ ରକ୍ତ ସଂଗ୍ରହ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷର ମେଗା ରକ୍ତଦାନ ଶିବିର- 106 ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ମଙ୍ଗଳବାର ଦିନ ନୂତନ ସମ୍ମିଳନୀ କକ୍ଷରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସିୱାଇଏସଡି ର ପ୍ରତିଷ୍ଠାତା ଜଗଦାନନ୍ଦ ଓ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ଏନଏସଏସ ସ୍ବେଚ୍ଛାସେବୀଙ୍କ ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କାର୍ମଚାରୀମାନେ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ବ୍ଲଡ ଟ୍ରାନସଫ୍ୟୁଜନ ବିଭାଗର ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରୁ 106 ୟୁନିଟ ରକ୍ତ ସଂଗୃହିତ ହୋଇଛି। ଆଜି ସକାଳୁ ଏନଏସଏସ ପକ୍ଷରୁ ରକ୍ତଦାନ ଶିବିରକୁ ନେଇ କ୍ୟାମ୍ପସରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିଥିଲେ। ଏସଏସଏସ ଭଲ୍ୟୁଣ୍ଟିୟର ମାନେ ବିଭିନ୍ନ ବିଭାଗ ବୁଲି ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ ଓ ଏହାର ମହତ୍ବ ସଂପର୍କରେ ବୁଝାଇଥିଲେ। ଏହାପରେ ଦିନ 10ଟା ବେଳେ ରକ୍ତ ଦାନ ଶିବିର ଆରମ୍ଭ ହୋଇଥିଲା। ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରରେ 127ଜଣ ଛାତ୍ରଛାତ୍ରୀ, ଏନଏସଏସ ସ୍ବେଚ୍ଛାସେବୀ, ଅଧ୍ୟାପକ ଓ କର୍ମଚାରୀମାନେ ରକ୍ତଦାନ ପାଇଁ ପଞ୍ଜିକରଣ କରିଥିଲେ। ବିଭିନ୍ନ ଡାକ୍ତରୀ ପରୀକ୍ଷା ପରେ 106ଜଣ ରକ୍ତଦାନ କରିଛନ୍ତି। ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ, ଡକ୍ଟର ଶଂକର୍ଷଣ ମଲ୍ଲିକ, ଡକ୍ଟର ଇତିଶ୍ରୀ ଗୀତା କୁମାରୀ ପ୍ରମୂଖ ଶିବିରକୁ ପରିଚାଳନା କରିଥିବା ବେଳେ ଏଥିରେ ସୌମ୍ୟଶ୍ରୀ ସାହୁ, ଦେବାଶିଷ, ଅଭିନାଶ ନନ୍ଦ, ତ୍ରିନାଥ ସେଠୀ, ଅନନ୍ୟା ପ୍ରିୟଦର୍ଶନୀ, ଆଲୋକ ସାହୁ, ଦେବାଶିଷ ମହାନ୍ତି, ସୁପ୍ରଭାତ ସେନାପତି, ଅନିଲ ଗୌଡ, ଏସକେ ଏନୁଆତୁଲ୍ଲା, ଜଲାଲ ଖାନ, ଲବଙ୍ଗ ସମର୍ଥ ପ୍ରମୂଖ ସ୍ବେଚ୍ଛାସେବୀମାନେ ଏଥିରେ ସହାୟତା କରିଥିଲେ।
