August 10, 2026

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା 

IMG-20260810-WA0002
Share

 

ସମ୍ବଲପୁର, ୧୦. ୦୮:ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଉରକେଲା ମୁନସିପାଲ ମହାବିଦ୍ୟାଳୟ ର ପ୍ରାକ୍ତନ ବିଜ୍ଞାନ ବିଭାଗ ର ପ୍ରାଧ୍ୟାପକ ଡ଼କ୍ଟର ଅଜୟ କୁମାର ମିଶ୍ର ଯୋଗଦାନ କରି ଦୀପ ପ୍ରଜ୍ବଳନ କରିଥିଲେ।କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସଭାପତି ଡ଼କ୍ଟର ଦେବେନ୍ଦ୍ର ପଣ୍ଡା , ସଂକୁଳ ପ୍ରମୁଖ ପ୍ରମୋଦ ପାଢ଼ୀ, ସଂକୁଳ ସଂଯୋଜକ ଦେବ ରାଜ ତ୍ରିପାଠୀ, ବିଦ୍ୟାଳୟ ସମ୍ପାଦକ ଜୟଶଙ୍କର ପାଢ଼ୀ, ସହ ସମ୍ପାଦକ ଅଭିମନ୍ୟୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l ସ୍ଥାନୀୟ ବିଦ୍ୟାଳୟ ର ଭଉଣୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ରଞ୍ଜନ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ଅବିଭାଷଣ ରେ ବିଜ୍ଞାନ ସର୍ବଦା ସତ୍ୟ ର ଅନୁସନ୍ଧାନ ଓ ତଥ୍ୟ ଉପରେ ପର୍ଯ୍ୟବେସିତ ଏଣୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ସୃଜନଶୀଳ ଓ ଅଧ୍ୟବସାୟୀ ହେବା ଉଚିତ ବୋଲି କହିଥିଲେ।ସଂକୁଳ ପ୍ରମୁଖ ଶ୍ରୀ ପାଢ଼ୀ ତାଙ୍କ ଅବିଭାଷଣ ରେ ବିଜ୍ଞାନ ପ୍ରତି ସମସ୍ତେ ରୁଚି ଓ ଧିଶକ୍ତି ସମ୍ପନ୍ନ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ l ସଂକୁଳ ସଂଯୋଜଗ ଶ୍ରୀ ତ୍ରିପାଠୀ କୁନି ବିଜ୍ଞାନୀ ଙ୍କ ସାଧନା କେବେ ବ୍ୟର୍ଥ ହୁଏ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ l ପ୍ରାୟ ଆଠ ଟି ବିଦ୍ୟାଳୟର ସମୁଦାୟ ୨୮୬ ଜଣ ଶିଶୁ ଚୟନୀତ ହୋଇ ଭାଗ ନେଇଥିଲେ। ଏଥିରେ ୨୪ଜଣ ପର୍ଯ୍ୟବେକ୍ଷକ, ୨୬ ଜଣ ପରିଚାଳକ ପରିଚାଳିକା, ୮ଜଣ ପ୍ରଧାନ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଦଯାପନୀ ଦିବସରେ ବିଶିଷ୍ଠ ଶିକ୍ଷ୍ୟାବିତ ଡ଼କ୍ଟର ଗିରିଧାରୀ ହୋତା, ପଶ୍ଚିମ ସମ୍ଭାଗ ବିଭାଗ ସଂଯୋଜକ ଗୁପ୍ତେଶ୍ୱର ଥନାପତି, ବିଦ୍ୟାଳୟ ର ଉପସଭାପତି ଡାକ୍ତର ଝାଙ୍କର ଓ ଅନ୍ୟାନ୍ୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ l ବିଜ୍ଞାନ ପ୍ରୟୋଗ, ପ୍ରଶ୍ନ ମଞ୍ଚ ପ୍ରକଳ୍ପ, ଗଣିତ ପ୍ରୟୋଗ, ଗଣିତ ପ୍ରଶ୍ନ ମଞ୍ଚ, ପତ୍ର ବାଚନ, ସଂସ୍କୃତି ପ୍ରଶ୍ନ ମଞ୍ଚ, ଆଚାର୍ଯ୍ୟ ପତ୍ର ବାଚନ, କଥା କଥନ, ତତ୍କାଳୀନ ଭାଷଣ ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଥିଲା l ଶେଷରେ ବିଦ୍ୟାଳୟ ର ସଂପାଦକ ଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed