ଗଜପତି:- ଆଦର୍ଶ ଥାନା ପୋଲିସ ପକ୍ଷରୁ ସାଇବର୍ ଅପରାଧ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ
ଛାତ୍ରଛାତ୍ରୀ ମାନେ ଆଜିକାଲି ଘଟୁଥିବା ସାଇବର୍ ଅପରାଧ ଠାରୁ ନିଜକୁ କିଭଳି ସଂରକ୍ଷିତ ରଖିବେ , ସେ ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପକ୍ଷରୁ ନିୟତି ସ୍କୁଲ ଓ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇବର୍ ଅପରାଧ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ନିୟତି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସାଇବର୍ ଅପରାଧ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ପାରଳା ଆଦର୍ଶ ଥାନାର ଥାନାଧିକାରୀ (ଆଇଆଇସି) ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଏବଂ ଇନ୍ସପେକ୍ଟର ଶ୍ରୀ ବାଲ୍ମିକି ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟତଃ ସାଇବର ସୁରକ୍ଷା, ସାମାଜିକ
ଗଣମାଧ୍ୟମର ନିରାପଦ ବ୍ୟବହାର, ବ୍ୟକ୍ତିଗତ ସୂଚନାର ସୁରକ୍ଷା, ସାଇବର ଠକେଇ, ସାଇବର ଧମକ ଏବଂ ଅନ୍ୟାନ୍ୟ ଅନଲାଇନ୍ ବିପଦ ସମ୍ପର୍କରେ କହି ସଚେତନ କରାଇଥିଲେ ।
ଏଥି ସମେତ ସେମାନଙ୍କୁ ସଡ଼କ ସୁରକ୍ଷା, ଟ୍ରାଫିକ୍ ନିୟମ ମାନିବା, ହେଲମେଟ ପିନ୍ଧିବା , ଡ୍ରାଇଭିଙ୍ଗ ବେଳେ ମୋବାଇଲ ରେ କଥା ନ ହେବା ଏବଂ ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ଏଭଳି ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ମଧ୍ୟ ସଚେତନ କରାଇଥିଲେ।
ପରିବେଶ ସଚେତନତା ଏବଂ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ର ଏବଂ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟନାୟକ , ଜାତୀୟ ସେବା ଯୋଜନାର ସଂଯୋଜକ ତଥା ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ, ଯୁବ ରେଡକ୍ରସ ସଂଯୋଜିକା କଳ୍ପନା ପଣ୍ଡା, ପ୍ରଗତି ମହିଳା ସଂଗଠନର ସଭାପତି ଲୋକନାଥ ମିଶ୍ର ଏବଂ ସମ୍ପାଦିକା ତନୁଜା ଶତପଥୀ ପ୍ରମୁଖ ମଞ୍ଚାସିନ ରହି ସାଇବର୍ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ କହି ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ନିୟତି ସ୍କୁଲ ଓ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପାସିତ ଥିଲେ
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————
