June 15, 2026

ବାଲେଶ୍ୱରରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ସଂଗଠନର ରାଜ୍ୟ ସମ୍ମିଳନୀ ଓ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20241208-WA0033
Share

 

 

ବାଲେଶ୍ଵର(ଶେଖ ନଜିମ୍)- ଓଡ଼ିଶା କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ସଂଗଠନର ରାଜ୍ୟ ସମ୍ମିଳନୀ ବାଲେଶ୍ବର ସ୍ଥାନୀୟ ଉଦ୍ୟୋଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିବସୀୟ କାର୍ଯ୍ୟକ୍ରମରେ ପ୍ରଥମ ତଥା ଉଦଘାଟନ ଦିବସରେ ଅଭିନନ୍ଦନ ସମ୍ବାଦପତ୍ରର ସମ୍ପାଦକ ଇଂ ଜଗଦୀଶ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଦୈନିକ ସମ୍ବାଦପତ୍ର ଧ୍ଵନିପ୍ରତିଧ୍ୱନି ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ରବି ରଥ, ସତ୍ୟଖବର ସମ୍ବାଦପତ୍ର ର ସମ୍ପାଦକ ଅକ୍ଷୟ ନାୟକ ଯୋଗଦେଇ ସଂଘର ବହୁବିଧ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରକାଶ ପାଉଥିବା ୫୦ ରୁ ଉର୍ଦ୍ଧ ସମ୍ବାଦପତ୍ର ର ସମ୍ପାଦକ ଓ ପ୍ରକାଶକ ଯୋଗଦାନ କରିଥିଲେ l ଉତ୍ସବରେ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଆଲୋଚନା ହେବା ସହ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଉପରେ ରାଜ୍ୟ ସରକାର ଯେଉଁ ଭଳି କ୍ରମାଗତ ଭାବେ ଅବହେଳିତ କରୁଛନ୍ତି ତାର ଦୃଢ ପ୍ରତିବାଦ କରିବା ସହିତ ସଂଘର ନ୍ୟାର୍ଯ୍ୟ ଦାବି ନେଇ ଆଗାମୀ ଦିନରେ ରାଜରାସ୍ତାକୁ ସଂଘ ଉଲ୍ହାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ଭୂମିବାର୍ତ୍ତା ସମ୍ବାଦ ପତ୍ରର ସମ୍ପାଦକ ସ୍ବଦେଶ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ସେହିପରି ଦ୍ଵିତୀୟ ତଥା ଉଦଯାପନୀ ଦିବସରେ ସଂଗଠନର ନୂତନ ରାଜ୍ୟ କମିଟି ଗଠନ କରାଯାଇଥିଲା l ଅଧ୍ୟକ୍ଷ ଭାବେ ରବି ରଥ,ସଭାପତି ବଂଶୀଧର ଜେନା,କାର୍ଯ୍ୟକାରୀ ସଭାପତି ଡା. ଜୀବନ କୁମାର ଦିକ୍ଷୀତ,ଉପସଭାପତି ଅକ୍ଷୟ କୁମାର ନାୟକ,ଉପସଭାପତି ରମାକାନ୍ତ ପରିଜା,ଉପସଭାପତି ସ୍ଵଦେଶ ଚନ୍ଦ୍ର ଦାସ,ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ସଂଗଠନ ସମ୍ପାଦକ ଇଂ ଜଗଦୀଶ ମିଶ୍ର,ସମ୍ପାଦକ ଶୁକଦେବ ପରିଡା,ସମ୍ପାଦକ ସୁଶାନ୍ତ କୁମାର ସାହୁ,ସମ୍ପାଦକ ନିରଞ୍ଜନ ପଟ୍ଟନାୟକ,କୋଷାଧ୍ୟକ୍ଷ ତପନ କୁମାର ପତି,କାର୍ଯ୍ୟକାରୀ କମିଟି ସଦସ୍ୟ ମନୋଜ ବେହେରା,ଗଣେଷ ବିଶୋଇ,ଭାଗିରଥି ସ୍ୱାଇଁ, ବାବୁଲି ବେହେରା ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭା କାର୍ଯ୍ୟକୁ ସଂଗଠନ ସମ୍ପାଦକ ଇଂ ଜଗଦୀଶ ମିଶ୍ର ପରିଚାଳନା କରିଥିବା ବେଳେ ସଂଗଠନର ଅଧକ୍ଷ ରବିରଥ, ରାଜ୍ୟ ସଭାପତି ବଂଶୀଧର ଜେନା,ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ କିପରି ଆଗାମୀ ଦିନରେ ଆମ୍ଭେ ସମସ୍ତେ ଏକତ୍ରିତ ହୋଇ ନ୍ୟାର୍ଯ୍ୟ ଦାବୀ ପାଇଁ ଲଢେଇ ଜାରିରଖିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘନଶ୍ୟାମ ପଣ୍ଡାଙ୍କୁ ଶିକ୍ଷା କ୍ଷେତ୍ରରେ ,ସତ୍ୟେନ୍ଦ୍ର ଦାସଙ୍କୁ ସମାଜସେବା କ୍ଷେତ୍ରରେ ସର୍ବମୋଟ ଛଅ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ରମାକାନ୍ତ ପରିଜା ଧନ୍ୟବାଦ ପ୍ରଦାନ କରିଥିଲେ l