June 15, 2026

ନିଖିଳ ଉତ୍କଳ ଦକ୍ଷିଣାଞ୍ଚଳ ଶୌଣ୍ଢିକ ସମାଜ ର ବୈଠକ ଅନୁଷ୍ଠିତ…

sma
Share


କଲ୍ୟାଣସିଂହପୁର— ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ରାମ ଲିଙ୍ଗେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ଦକ୍ଷିଣା ଅଞ୍ଚଳ ଶୌଣ୍ଢିକ ସମାଜର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ସଭାପତି ମଙ୍ଗରାଜ ସାହୁ ରାଜ୍ୟ ଭସ୍ମ ପିତାମୋହ ଭରତ ମଣ୍ଡଳ,ରାୟଗଡ଼ା ଜିଲ୍ଲା ସଭାପତି ମାଳତୀ ଚୌଧୁରୀ, ଗଞ୍ଜାମ ଜିଲ୍ଲାର ସଭାପତି ନିରଞ୍ଜନ ସାହୁ, ଗଜପତି ଜିଲ୍ଲାର ସଭାପତି ଶ୍ରୀନୁ ସାହୁକାର, କୋରାପୁଟ ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ସେନାପତି, କଳାହାଣ୍ଡି ଜିଲ୍ଲା ସଭାପତି କଳାକାହ୍ନୁ ବେହେରା ରାୟଗଡା ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଚନ୍ଦ୍ରଶେଖର ବେହେରା ଓ ଲଷ୍ମୀ ନାରାୟଣ ବିଷୟୀ ଯୋଗ ଦେଇଥିଲେ।ଏଥିରେ ଶୁଣ୍ଢି ମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସଦସ୍ୟ ଆସନ୍ତା ଯୁବ ପିଢ଼ିର କାର୍ଯ୍ୟ ସହ ପୁରୀ ଓ ଭୁବନେଶ୍ୱର ଠାରେ ଏକ ଶୁଣ୍ଡି ଭବନ ନିର୍ମାଣ ପାଇଁ ଅର୍ଥର ବ୍ୟବସ୍ଥା କିପରି କରାଯାଇ ପାରିବ ସେଥିନେଇ ରାଜ୍ୟ ସ୍ତରରେ ଆଲୋଚନା କରାଯାଇ ଶୁଣ୍ଢି ଗରିବ ପରିବାର ଜଗନ୍ନାଥ ଦର୍ଶନ ପାଇଁ ଗଲେ ଭବନରେ ରହିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଲୋଚନା କରିଥିଲେ।ଏଥିରେ ରାୟଗଡ଼ା ଜିଲ୍ଲା ର ପ୍ରତି ବ୍ଲକର ସଭାପତି ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତା ସକ୍ରିୟ ମହିଳା ସଦସ୍ୟା ମାନେ ଯୋଗଦେଇ ଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସଭାପତି ମାଳତୀ ଚୌଧୁରୀ ଓ ସହଦେବ ସାହୁଙ୍କ ସହ ଅନ୍ୟମାନେ ପରିଚାଳନା କରିଥିଲେ।