June 15, 2026

ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଉଦଯାପିତ ..

IMG-20241207-WA0035
Share

 

ଅସ୍ତରଙ୍ଗ(ଦୁଃଶାସନ ନାୟକ)ଅସ୍ତରଙ୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ର ୨୮ ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଛି।ଦୁଇ ଦିନ ଧରି ଭଣ୍ଡରପଦା କ୍ରୀଡା ପ୍ରାଙ୍ଗଣରେ ଏହି କ୍ରୀଡା ଅନୁଷ୍ଠିତ ହୋଇଥିଲା।ଏହି ବାର୍ଷିକ କ୍ରୀଡା ଉତ୍ସବରେ ୩୭୬ ଜଣ ଶିଶୁ ମୋଟ ୫୮ ଟି ବିଭାଗୀୟ କ୍ରୀଡାରେ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡା ଦକ୍ଷତା ପ୍ରତିପାଦନ କରିଛନ୍ତି।ଏହି ଉଦଯାପନୀ ଉତ୍ସବରେ ବନ୍ତିଲୋ ଜନତା ଉଚ୍ଚ ବିଦ୍ୟାଳୟ ଶାରୀରିକ ଦକ୍ଷତା ଶିକ୍ଷକ ଶ୍ରୀଯୁକ୍ତ ଲଷ୍ମୀଧର ବେହେରା ଯୋଗ ଦେଇ କ୍ରୀଡା ସହିତ ଶାରୀରିକ ଦକ୍ଷତା ବିକାଶ ର ଆବଶ୍ୟକତା ଓ ଏହା ଦ୍ୱାରା ଛାତ୍ରଛାତ୍ରୀ ଙ୍କର ମାନସିକ, ଶାରୀରିକ ଓ ସାମାଜିକ ଦକ୍ଷତା ବୃଦ୍ଧି ପାଇବାର ମୌଳିକ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।ସଟଫୁଟ,ଲଙ୍ଗଜମ୍ପ, ହାଇଜମ୍ପ, ଯାବଲିଂ ଥ୍ରୋ,ଦୌଡ଼ ଏହି ଭଳି କ୍ରୀଡା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କର ଚମତ୍କାର କ୍ରୀଡା କୌଶଳ ଉପସ୍ଥିତ ଅତିଥି ଙ୍କ ସମେତ ଦର୍ଶକଙ୍କ ମନକୁ ବେଶ ଉତ୍ସାହିତ କରିଥିଲା। ଅନ୍ୟ ମାନଙ୍କ ଭିତରେ ପ୍ରଧାନ ଆଚାର୍ଯ୍ୟ ଅଶୋକ ପରିଡା ଓ ଶାରୀରିକ ଶିକ୍ଷା ପ୍ରମୁଖ ପ୍ରଦୀପ୍ତ ମିଶ୍ର ସଂଯୋଜନା କରିଥିଲେ,କ୍ରୀଡା ପରିଚାଳନା ରେ ଆଚାର୍ଯ୍ୟ ଦିବାକର ପ୍ରଧାନ, ଯୋଗେନ୍ଦ୍ର ସ୍ୱାଇଁ, ରମେଶ ମୁଦୁଲୀ ଓ ରବୀନ୍ଦ୍ର ସେନାପତି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଆଚାର୍ଯ୍ୟା ସୀତା ଓ ମମତା ଗୁରୁମା ନିଜ ଦାୟିତ୍ୱ ସୁଚାରୁ ରୂପେ କାର୍ଯ୍ୟକାରୀ କରିଥିଲେ l ବିଦ୍ୟାଳୟ ର ଅନ୍ୟ ଗୁରୁଜୀ ଗୁରୁମା ମାନେ କ୍ରୀଡା ଉତ୍ସବ ରେ ସ୍ୱତନ୍ତ୍ର ପରିଚାଳନା କରିବା ସହ ସହଯୋଗ ପ୍ରଦାନ କରିଥିଲେ।ବିଦ୍ୟାଳୟ ସଭାପତି ରମାନାଥ ପରିଡା ଓ ବିପିନ ବିହାରୀ ମହାନ୍ତି ଯୋଗ ଦେଇ ଚମ୍ପିୟାନ ମାନଙ୍କ ନାମ କୁ ଘୋଷଣା କରିଥିବା ବେଳେ ଆଚାର୍ଯ୍ୟ ପ୍ରଦୀପ ବେହେରା ଧନ୍ୟବାଦ ପ୍ରଦାନ କରିଛନ୍ତି।