ସହିଦ ମଧୁଗତିଆ ସୌର୍ଯ୍ୟ ଦିବସ ପାଳନ ପ୍ରସ୍ତୁତି
ସମ୍ବଲପୁର /ଯୁଯୋମୁରା ତା ୫.୧୧: ଯୁଯୋମୁରା ରାଜୀବ ଭବନ ଠାରେ ଆସନ୍ତା ୧୭.୧୧.୨୬ ଦିନ ସହିଦ ମଧୁଗଡତିଆ ଙ୍କ ସ୍ମୃତି ଚାରଣ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଆସନ୍ତା ସୌର୍ଯ୍ୟ ଦିବସ କୁ ମହା ସମାରୋହ ରେ ପାଳନ କରିବାକୁ ସ୍ଥିର ହୋଇ ମଧୁଗଡତିଆ ଙ୍କ ସ୍ମୃତି ଚାରଣ ପାଇଁ ଏକ ସଭା ମଧୁଗଡତିଆ ପାର୍କ ପରିସର ରେ ଅନୁଷ୍ଟିତ ହେବାସହ, ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସ୍କୁଲ ପିଲା ଓ ଜନସାଧାରଣ ଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ।କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରା ଯିବାର ନିଷ୍ପତ୍ତି ହୋଇଛି।ସ୍ଥାନୀୟ ପ୍ରଶାସନ ଓ ମଧୁଗଡତିଆ ସ୍ମୃତି କମିଟି ର ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ସଭା ପ୍ରାରମ୍ଭ ରୁ ସମିତି ସଭ୍ୟ ଜୟନ୍ତ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା କାର୍ଯକ୍ରମ ର ରୂପରେଖ ଉପରେ ଆଲୋକପାତ କରିଥିଲେ।ସଭାରେ ସ୍ଥାନୀୟ ବିଡିଓ ଶ୍ରୀ ରାଜେଶ ଏକ୍କା,ଥାନା ପ୍ରତିନିଧି ଆଲୋକ ସାହୁ .,କଲେଜ ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ,ଗୁରୁଚରଣ ସାହୁ,ହାଇସ୍କୁଲର ସୁଶାନ୍ତ ସାହୁ,ଆଦର୍ଶ ବିଦ୍ୟାଳୟ ପ୍ରତିନିଧି,ସୁରେଶ୍ୱର ପ୍ରଧାନ, ଜଗଦୀଶ ପ୍ରଧାନ,ପ୍ରହଲ୍ଲାଦ ସାହୁ,କିରନ ପ୍ରଧାନ,ରଜନୀ କାନ୍ତ ପାଣିଗ୍ରାହୀ, ଗଣ୍ଡ ସମାଜ ରୁ ନାରୀ ନେତ୍ରୀ ଲଲିତା ପ୍ରଧାନ, ବିଶୋକ ମାଝୀ,ପ୍ରସନ୍ନ ସୁମୂର୍ଥା ଓ ସମାଜସେବୀ ଦୀପକ ବିଶ୍ୱାଳ, ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସୌର୍ଯ୍ୟ ଦିବସ ପାଳନ ପାଇଁ ବିଭିନ୍ନ ମତାମତ ଦେଇଥିଲେ ।
