ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ,
ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ, । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଷ୍ଠିତ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ହୋଇଯାଇଛି, ଛାତ୍ର ଛାତ୍ରୀଙ୍କ କଳା ଓ ଅଭିନୟ ସମସ୍ତ ଙ୍କୁ ମନମୁଗ୍ଧକର କରିଥିବା ବେଳେ , ଶିଶୁ ମାନଙ୍କ ଅନ୍ତର୍ନିହିତ କଳା କୈଶଳ ଗ୍ରାମ ଅଞ୍ଚଳରେ ଲୁଚି ଯାଉଥିବା , ଶିଶୁ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁଯୋଗ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ , ଏହି ମହୋତ୍ସବରେ ବିଦ୍ୟାଳୟ ଭାରପାପ୍ତ ପ୍ରଧାନ ଶ୍ରୀକ୍ଷେୟତ୍ରୀ ଶ୍ରୀ ଜୟଶ୍ରୀ ମଲ୍ଲଙ୍କ ଅଧ୍ୟକ୍ଷତାରେ ବ୍ଲକ ଉପାଧ୍ୟାକ୍ଷ ସୈଦାମିନୀ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଅଜୟ ସେଠୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଆଲୋକ ସେଠୀ, ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ କୁଞ୍ଜବିହାରୀ ଦାସ,ଏବିଓ ମନୋରଞ୍ଜନ ପଟ୍ଟନାୟକ, ବଳଦେବ ଉପାଧ୍ୟାୟ , ନୋଡାଲ ପ୍ରଧାନ ଶ୍ରୀକ୍ଷେୟତ୍ରୀ ନମିତା ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ନୃସିଂହ ମଲ୍ଲିକ,ପଞ୍ଚଶଖା ଶିକ୍ଷାସେତୁ ସଭାପତି ଗୋପବନ୍ଧୁ ଖୁଣ୍ଟିଆ, ପୂର୍ବତନ ପ୍ରଧାନ ଶିକ୍ଷକ ମଳୟ ପାଣି, ଓସ୍ତାର ସମ୍ପାଦକ ଅଶୋକ କୁମାର ପରିଡ଼ା, ପୂର୍ବତନ ଏବିଓ ଗତି କୃଷ୍ଣ ଦାସ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନିଗମାନନ୍ଦ ରାଉତ,ସିଆରସିସି ଅମିୟ ବାରିକ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ,ତର୍କ, ରଚନା,ଶ୍ରୁତଲେଖନ, ସଙ୍ଗୀତ, ଚିତ୍ରକନ, ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କ ପୁରସ୍କୃତ କରାଯାଇଥିଲା, ରିପୋର୍ଟ-ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,
