ସାଇଫନ ନିକଟରୁ ତାଳବରେ ମସଜିଦ କେନାଲ ଉପରେ ପୋଲ ନିର୍ମାଣ ଦାବୀ
ତିର୍ତ୍ତୋଲ ୫/୧୧- ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତ ପାଇକାକୂଳଗ୍ରାମ ସାଇଫନ ନିକଟରୁ ତାଳବରେଇ ମସଜିଦ ପର୍ଯ୍ୟନ୍ତ କେନାଲ ବନ୍ଧରେ ରାସ୍ତା ନିର୍ମାଣ ପାଇଁ ଦାବୀ ହେଉଛି l ଏହି କେନାଲ ବନ୍ଧ କଡରେ ୨୦ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି l ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ଜାଗାକୁ ଆମ୍ବୁଲାନ୍ସ ଆସିପାରୁନଥିବାବେଳେ ବୁଢ଼ାବୁଢ଼ୀ ରୋଗୀମାନଙ୍କୁ ଖଟିଆ ସାହାଯ୍ୟରେ ରାସ୍ତା ଉପରକୁ ନେବାକୁ ପଡିଥାଏ l କେନାଲ ଉପରେ ପୋଲ ନଥିବାରୁ ସମସ୍ତ କାର୍ଯ୍ୟରେ ଅସୁବିଧାରେ ସମ୍ମୁଖୀନ ହେଉଥିବା କହିଥିଲେ l
ଗ୍ରାମବାସୀଙ୍କ ପକ୍ଷରୁ କେନାଲ ଉପରେ ପୋଲ ନିର୍ମାଣ ନିମନ୍ତେ ୨୦୧୯ ମସିହାରେ ବ୍ୟାରେଜ ଡିଭିଜନ କଟକ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଘର ନିକଟରୁ ବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପଡିଲେ ବଜାରକୁ ଯିବାପାଇଁ ହେଲେ ଦୁଇ କିଲୋମିଟର ବୁଲିକରି ଯିବାକୁ ପଡିଥାଏ l ଏହି ରାସ୍ତା ନିର୍ମାଣ ପାଇଁ ୨୦୧୯ ମସିହାରେ ପୂର୍ବତନ ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ଏବଂ ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ ସୁପାରିଶ କରିଥିଲେ l ପୂର୍ବରୁ ଏହି କେନାଲ ବନ୍ଧ ଉପରେ ମହରମ ବିଛାଯାଇ ରାସ୍ତା କରାଯାଇଥିଲା l ଏବେ ସେହି ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଗ୍ରାମବାସୀ ମାନ୍ନର ଯାତାୟାତରେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଛି l ଏହି ରାସ୍ତା କିମ୍ବା ପୋଲ ନିର୍ମାଣ ହେଲେ ପାଇକାକୁଳ ବାସୀ ବିଶେଷ ଉପକୃତ ହେବା ସହିତ ବିଭିନ୍ନ ସମସ୍ୟା ଦୂର ହେଵବୋଲି ଗ୍ରାମବାସୀ କହିଥିଲେ l
କେନାଲ ଉପରେ ପୋଲ ସହିତ ରାସ୍ତା ନିର୍ମାଣ ପାଇଁ ସକିଲ ଅଲ୍ଲୀ, ସେକ ନାସିର ଅଲ୍ଲୀ, ସେକ ଜାକିର ଅଲ୍ଲୀ, ସବିରା ପର୍ଵିନ, ଜମିଲ ଅଲ୍ଲୀ, ତାରାନୁମ ପର୍ଵିନ, ନଜମା ବେଗମ, ଜାକିର ଅଲ୍ଲୀ, କାଲି ବିବି, ସେଖ ଅନସାର ଅଲ୍ଲୀ, ସାହୀନ ପର୍ଵିନ, ସଲମା ବିବି, ଲଜିନା ଖାତୁନ, ସେଖ ସୁନେତ ଅଖତର ଅଲ୍ଲୀ ଙ୍କ ସମେତ
ଗ୍ରାମବାସୀମାନେ
ଦାବୀ କରିଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
