November 5, 2026

କୋଟିଆ ବିବାଦ: ନେରଡ଼ିୱାଲସାରୁ ଆନ୍ଧ୍ର ସ୍ଥାନାନ୍ତର କଲା ମତଦାନ କେନ୍ଦ୍ର

IMG-20261105-WA0005
Share

 

କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସୀମା ବିବାଦ ପୁଣି ତୀବ୍ର ହୋଇଛି। କୋରାପୁଟ ଜିଲ୍ଲା ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳ ଓ ସ୍ଥାନୀୟ ବାସିନ୍ଦାଙ୍କ ଦୃଢ଼ ବିରୋଧ ପରେ ଆନ୍ଧ୍ରପ୍ରଦେଶ ନେରଡ଼ିୱାଲସା ଗ୍ରାମରେ ପ୍ରସ୍ତାବିତ ମତଦାନ କେନ୍ଦ୍ରକୁ ସୀମା ଆରପାରିରେ ଥିବା ସାରିକି ଅଞ୍ଚଳକୁ ସ୍ଥାନାନ୍ତର କରିଛି। ନଭେମ୍ବର ୫ ତାରିଖରେ ହେବାକୁ ଥିବା ଗ୍ରାମୀଣ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ନିର୍ବାଚନୀ ଦଳ ନେରଡ଼ିୱାଲସା ଗ୍ରାମକୁ ମତଦାନ କେନ୍ଦ୍ର ସ୍ଥାପନ ପାଇଁ ଆସିଥିଲେ। ମାତ୍ର ଓଡ଼ିଶା ପ୍ରଶାସନ ସେମାନଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ନଦେବାରୁ ସେମାନେ ଫେରିଯାଇଥିଲେ। ଏହାକୁ କୋରାପୁଟଉପଜିଲ୍ଲାପାଳ ଫାବି ରସିଦ୍ ମଧ୍ୟ ସ୍ପଷ୍ଟ କରିଛନ୍ତି।ଅନ୍ୟପକ୍ଷରେ, ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ସ୍ଥାନୀୟ ନିର୍ବାଚନ କରାଯିବାକୁ ନେଇ ଆପତ୍ତି ଉଠିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ (APSEC) ପାର୍ବତୀପୁରମ୍ ମନ୍ୟମ ଜିଲ୍ଲା ପ୍ରଶାସନଠାରୁ ତୁରନ୍ତ ରିପୋର୍ଟ ତଲବ କରିଛନ୍ତି।