June 15, 2026

ସୁଭଦ୍ରା ଯୋଜନାରେ ଆଧାର ଲିଙ୍କ ନେଇ ପ୍ରବଳ ଭିଡ

IMG-20240905-WA0067
Share

      ସୁଭଦ୍ରା ଯୋଜନାରେ ଆଧାର ଲିଙ୍କ ନେଇ ପ୍ରବଳ ଭିଡ। ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ସହରରେ ଗତ କାଲି ଠାରୁ ସମସ୍ତ ଆଙ୍ଗନବାଡି କେନ୍ଦ୍ର ମାନଙ୍କରେ ସୁଭଦ୍ରା ଯୋଜନା ପାଇଁ ମାଗଣାରେ ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି। କିନ୍ତୁ ଏହା ଆବେଦନ କରିବାପାଇଁ ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ ବାଧ୍ୟତାମୂଳକ ହୋଇଥିବା ଯୋଗୁଁ ସହରର ପ୍ରତ୍ୟେକ ଆଧାର କେନ୍ଦ୍ରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମହିଳାମାନଙ୍କ ଭିଡ ଦେଖିବାକୁ ମିଳୁଛି।