୨୪ ଘଣ୍ଟା ମଧ୍ୟରେ କଥା ରଖିଲେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
ତୁଳସୀପାଳ, : ଲୋକଙ୍କ ସମସ୍ୟା ଶୁଣିବା ସହ ତାହାର ତ୍ୱରିତ ସମାଧାନ କରିବାରେ ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ। ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ତୁଳସୀପାଳ ଗ୍ରାମବାସୀଙ୍କ ମନ ଜିଣିଛନ୍ତି ବିଧାୟକ।
ତୁଳସୀପାଳ ଗ୍ରାମର ଗୋଡ଼ିସାହି ପାଲାମଣ୍ଡପ ନିକଟରେ ଦୀର୍ଘଦିନ ଧରି ହାଇମାଷ୍ଟ ଲାଇଟ୍ଟି ଅଚଳ ହୋଇ ପଡ଼ିରହିଥିଲା। ଏହା ଫଳରେ ସ୍ଥାନୀୟ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାକୁ ନେଇ ଅଞ୍ଚଳବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେବା ସହ ମାତ୍ର ୨୪ ଘଣ୍ଟା ମଧ୍ୟରେ ହାଇମାଷ୍ଟ ଲାଇଟ୍ଟିକୁ ସଚଳ କରାଇଥିବା ଜଣାପଡ଼ିଛି।
ଏହି କାର୍ଯ୍ୟରେ ଅନୁଗୋଳ ଜିଲ୍ଲା ୨୮ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ମୀରା ଗଡ଼ନାୟକ, ତୁଳସୀପାଳ ଗ୍ରାମର ସଭାପତି ବସନ୍ତ ବିଶ୍ୱାଳଙ୍କ ସମେତ ମନୋଜ କୁମାର ସାହୁ, ଛବିନ୍ଦ୍ର ସେଠୀ, ଶିବରାମ ଦେହୁରୀ, ନିରୋଦ କୁମାର ସାହୁ, ପ୍ରଦ୍ୟୁମ୍ନ ସାହୁ, ବିନୟ ସାହୁ, ଭଜମନ ମହାନ୍ତି, ଦୁର୍ଯ୍ୟୋଧନ ସାହୁ ଓ ବିଭୂତି ଭୂଷଣ ସାହୁ ଜିତେନ୍ଦ୍ର ସାହୁ ଟୁନା ସାହୁ ସମେତ ଗୋଡ଼ିସାହିର ଅନ୍ୟାନ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ।
ବିଧାୟକଙ୍କ ଏହି ତ୍ୱରିତ ପଦକ୍ଷେପ ପାଇଁ ତୁଳସୀପାଳ ଗ୍ରାମବାସୀଙ୍କ ପକ୍ଷରୁ କୃତଜ୍ଞତା ଓ ସାଧୁବାଦ ଜଣାଯାଇଛି।
